ଯୁବ ବିଶ୍ବକପ୍‌ ଲାଗି ଭାରତୀୟ ଦଳ ଘୋଷିତ, ପ୍ରିୟମ ଅଧିନାୟକ

Advertisment
ଯୁବ ବିଶ୍ବକପ୍‌ ଲାଗି ଭାରତୀୟ ଦଳ ଘୋଷିତ, ପ୍ରିୟମ ଅଧିନାୟକ

India.com

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବ୍ୟାଟ୍ସମ୍ୟାନ୍‌ ପ୍ରିୟମ ଗର୍ଗଙ୍କ ନେତୃତ୍ବରେ ବିସିସିଆଇ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଲାଗି ସୋମବାର ୧୫ ଜଣିଆ ଯୁବ ଦଳ ଘୋଷଣା କରିଛି। ଏହି ପ୍ରତିଯୋଗିତା ୧୬ ଦଳକୁ ନେଇ ଆସନ୍ତା ବର୍ଷ ଜାନୁଆରି ୧୭ରୁ ଫେବ୍ରୁଆରି ୯ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଖେଳାଯିବ। ୧୯ ବର୍ଷୀୟ ପ୍ରିୟମଙ୍କ ନାମରେ ଗୋଟିଏ ପ୍ରଥମ ଶ୍ରେଣୀ ଦ୍ବିଶତକ ଏବଂ ଗୋଟିଏ ଲିଷ୍ଟ୍‌-ଏ ଶତକ ରହିଛି। ପ୍ରିୟମ ମଧ୍ୟ ଦେଓଧର ଟ୍ରଫିରେ ଉପବିଜେତା ଇଣ୍ଡିଆ-ସି’ ଦଳର ସଦସ୍ୟ ରହିଥି‌ଲେ। ଫାଇନାଲ୍‌ରେ ଇଣ୍ଡିଆ-ବି’ ବିପକ୍ଷରେ ସେ ୭୪ ରନ୍‌ କରିଥିଲେ। ଏହି ପ୍ରଦର୍ଶନ ଅଧାରରେ ଭାରତୀୟ କନି‌ଷ୍ଠ ଚୟନକର୍ତ୍ତା ସମିତି ତାଙ୍କୁ ନେତୃତ୍ବ ଭାର ଦେଇଛି। କନିଷ୍ଠ ଚୟନକର୍ତ୍ତା ମଧ୍ୟ ବିଶ୍ବକପ୍‌ ସହ ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ମଧ୍ୟ ଦଳ ‌ଘେଷଣା କରିଛି। ଭାରତ ଏହି ଗସ୍ତରେ ପ୍ରୋଟିଅସ୍‌ ୧୯ ବର୍ଷରୁ କମ୍‌ ଦଳ ସହ ୩ଟି ଦିନିକିଆ ଏବଂ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନ୍ୟୁଜିଲାଣ୍ଡକୁ ନେଇ ଆୟୋଜିତ ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତାରେ ଭାଗନେବ। ଯୁବ ବିଶ୍ବକପ୍‌ରେ ଭାରତ ଗ୍ରୁପ୍‌-ଏ’ ଜାପାନ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ସହ ରହିଛି। ଜାନୁଆରି ୧୯ରେ ଶ୍ରୀଲଙ୍କା ବିପକ୍ଷରୁ ଭାରତ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ। ଏହାପରେ ୨୧ରେ ଜାପାନ ଓ ୨୪ରେ ନ୍ୟୁଜିଲାଣ୍ଡ ସହ ଖେଳି ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିବ।

ବିଶ୍ବକପ୍‌ ଦଳ: ପ୍ରିୟମ ଗର୍ଗ (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ତିଲକ ବର୍ମା, ଦିବ୍ୟାଂଶ ସକ୍ସେନା, ଧ୍ରୁବ ଚନ୍ଦ୍ର ଜୁରେଲ, ଶାଶ୍ବତ ରାୱତ, ଦିବ୍ୟାଂଶ ଯୋଷୀ, ଶୁଭଙ୍ଗ ହେଗଡେ, ରବି ବି‌ଷ୍ଣୋଇ, ଆକାଶ ସିଂହ, କାର୍ତ୍ତିକ ତ୍ୟାଗୀ, ଅଥର୍ବ ଆଙ୍କୋ‌ଲକର, କୁମାର କୁଶାଗ୍ରା, ସୁଶାନ୍ତ ମିଶ୍ରା, ବିଦ୍ୟାଧର ପାଟିଲ।

ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ଦଳ: ପ୍ରିୟମ ଗର୍ଗ (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ତିଲକ ବର୍ମା, ଦିବ୍ୟାଂଶ ସକ୍ସେନା, ଧ୍ରୁବ ଚନ୍ଦ୍ର ଜୁରେଲ, ଶାଶ୍ବତ ରାୱତ, ଦିବ୍ୟାଂଶ ଯୋଷୀ, ଶୁଭଙ୍ଗ ହେଗଡେ, ରବି ବି‌ଷ୍ଣୋଇ, ଆକାଶ ସିଂହ, କାର୍ତ୍ତିକ ତ୍ୟାଗୀ, ଅଥର୍ବ ଆଙ୍କୋ‌ଲକର, କୁମାର କୁଶାଗ୍ରା, ସୁଶାନ୍ତ ମିଶ୍ରା, ବିଦ୍ୟାଧର ପାଟିଲ, ସିଟିଏଲ୍‌ ରକ୍ଷନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe