୮୮ ବର୍ଷରେ ମହାନ୍‌ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ନନ୍ଦୁ ନାଟେକରଙ୍କ ଦେହାନ୍ତ

Advertisment
୮୮ ବର୍ଷରେ ମହାନ୍‌ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ନନ୍ଦୁ ନାଟେକରଙ୍କ ଦେହାନ୍ତ

Image Courtesy of Navabharat Times

ନୂଆଦିଲ୍ଲୀ: ବୁଧବାର ସକାଳେ କିଂବଦନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ନନ୍ଦୁ ନାଟେକରଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା।

ଟେନିସ୍‌ କୋର୍ଟରେ ନାଟେକରଙ୍କ ପ୍ରଦର୍ଶନ ଥିଲା ଅତୀବ ଦୁଃସାହସିକ। ଦରିଆପାରି ଟୁର୍ଣ୍ଣାମେଣ୍ଟ୍‌ ଜିଣିବାରେ ମଧ୍ୟ ସେ ଥିଲେ ପ୍ରଥମ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି। ୧୯୫୬ ମସିହାରେ ମାଲେସିଆରେ ‘ସେଲାଙ୍ଗର୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌’ରେ ବିଜୟୀ ହୋଇ ସେ ଏହି ବିଶାଳ କୃତ୍ବିତ୍ବ ଅର୍ଜନ କରିଥିଲେ।

୧୯୫୦ ଦଶକରେ ଜଣେ ସଫଳ କ୍ରୀଡ଼ାବିତ୍ ଭାବେ ସେ ସମ୍ମାନଜନକ ‘ଅଲ୍‌ ଇଂଲଣ୍ଡ୍‌ ଓପେନ୍‌’ର କ୍ବାର୍ଟର୍‌ଫାଇନାଲ୍‌ସ୍‌ରେ ପହଞ୍ଚିଥିଲେ ଏବଂ ପ୍ରାୟ ତିନି ଦଶନ୍ଧି ପରେ ଡବଲ୍‌ସ୍‌ କ୍ୟାଟେଗୋରି ପ୍ରତିଯୋଗିତାରେ ‘ଭେଟେରିଆନ୍‌ ଇଭେଣ୍ଟ୍‌ସ୍‌’ରେ ବିଜୟ ଲାଭ କରିଥିଲେ।

publive-image Image Courtesy of Zee News

ବ୍ୟାଡ୍‌ମିଣ୍ଟନ୍‌ କ୍ରୀଡ଼ାରେ ଉତ୍କର୍ଷତା ନିମନ୍ତେ ନାଟେକରଙ୍କୁ ‘ସ୍ପୋର୍ଟସ୍‌ ଗାଲେଣ୍ଟ୍ରି ଅନର୍ସ’, ୧୯୬୧ରେ ‘ଅର୍ଜୁନ ପୁରସ୍କାର’ ପ୍ରଦାନ କରାଯାଇଥିଲା। ୧୯୬୫ରେ ମଧ୍ୟ ସେ ଜାମାଇକାରେ ଅନୁଷ୍ଠିତ ‘କମନ୍‌ୱେଲ୍‌ଥ୍‌ ଗେମ୍ସ୍‌’ରେ ଭାରତର ପ୍ରତିନିଧିତ୍ବ କରିଥିଲେ।

ନାଟେକରଙ୍କ ପୁତ୍ର ଗୌରବ ମଧ୍ୟ ଜଣେ ଉତ୍ତମ ଟେନିସ୍‌ ଖେଳାଳି। ୧୯୯୪ରେ ହିରୋସିମା ଏସିଆନ୍‌ ଗେମ୍‌ସ୍‌ରେ ସେ ଲିଆଣ୍ଡର୍‌ ପେସ୍‌ଙ୍କ ସହ ଭାରତ ପକ୍ଷରୁ ଟେନିସ୍‌ ଖେଳି ସ୍ବର୍ଣ୍ଣପଦକ ହାସଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe