ବେଙ୍ଗାଲୁରୁ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ାବିତ୍ମାନଙ୍କ ଚଳାଚଳ ପ୍ରଭାବିତ ହୋଇଛି। ଅଲମ୍ପିକ୍ସ ପଦକ ବିଜେତା ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ପ୍ରାୟ ଦୁଇଦିନ ଦୁବାଇରେ ଅଟକି ରହିବା ପରେ ବାଧ୍ୟ ହୋଇ ଇଂଲଣ୍ଡର ବର୍ମିହାମରେ ଚାଲିଥିବା ଅଲ୍-ଇଂଲଣ୍ଡ ଓପନ୍ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ସେ ପ୍ରତିଯୋଗିତାରେ ଯୋଗଦେବାକୁ ଦୁବାଇ ଦେଇ ଇଂଲଣ୍ଡ ଯାତ୍ରା କରୁଥିବା ବେଳେ ଯୁଦ୍ଧ ଆରମ୍ଭ ହୋଇଥିଲା। ବିଭିନ୍ନ ବିମାନ ବାତିଲ ହେବାରୁ ସେ ଦୁବାଇରେ ହିଁ ଅଟକି ରହିଥିଲେ। ପରେ ସେ ଏକ ବିମାନରେ ବେଙ୍ଗାଲୁରୁ ଫେରିଆସିଥିଲେ। ଅଲ୍ ଇଂଲଣ୍ଡ ପ୍ରତିଯୋଗିତା ପାଇଁ ସେ ଜଣେ ପ୍ରମୁଖ ପ୍ରତିଯୋଗୀ ଥିବାବଳେ ସେ ଓହରିବା ଭାରତୀୟ ଅଭିଯାନ ପାଇଁ ଏକ ଧକ୍କା ସଦୃଶ ହୋଇଛି।
ଦୁବାଇରେ ଫସି ରହିଛନ୍ତି ଅନେକ ଖେଳାଳି
ସିନ୍ଧୁ ନିରାପଦରେ ଭାରତ ଫେରିଆସିଥିଲେ ବି ଅନ୍ୟ କେତେକ ଲୋକପ୍ରିୟ ଖେଳାଳି ଦୁବାଇରେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ରୁଷୀୟ ଟେନିସ୍ ତାରକା ଡାନିଲ୍ ମେଡଭେଡେଭ୍ ଓ ଆନ୍ଦ୍ରେ ରୁବଲେଭ୍। ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ ଓ୍ବେଲ୍ସ ଓପନ୍ରେ ଯୋଗଦେବାକୁ ସେମାନେ ଯାଉଥିବାବେଳେ ଦୁବାଇରେ ଅଟକି ରହିଥିଲେ।
ଆହୁରି ପଢ଼ନ୍ତୁ: Tension Capital: ଅନନ୍ତବିହାରରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
ଅନ୍ୟପକ୍ଷରେ ଏହି ୟୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଆୟୋଜିତ କେତେକ ପ୍ରମୁଖ କ୍ରୀଡ଼ା ପ୍ରତିଯୋେଗିତାକୁ ବାତିଲ କିମ୍ବା ବିଳମ୍ବିତ କରାଯାଇଛି। ସେହିପରି ବିଭିନ୍ନ ଦେଶର ଅଲମ୍ପିକ୍ସ ପ୍ରସ୍ତୁତି ବାଧାପ୍ରାପ୍ତ ହୋଇଛି। ବିଶ୍ବ ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟପ୍ରାଚ୍ୟରେ ଥିବା ଦୁବାଇ, ଦୋହା, ଆବୁ ଧାବି ଆଦି ପ୍ରମୁଖ କେନ୍ଦ୍ରସ୍ଥଳ ଓ ଅଧିକାଂଶ ବିମାନ ଏହି ରୁଟ୍ ଦେଇ ଚଳାଚଳ କରିଥାଏ। ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଖେଳାଳି ଓ କ୍ରୀଡ଼ା ପରିଚାଳକମାନେ ନିୟମିତଭାବେ ବିମାନ ଯାତ୍ରା କରିଥାନ୍ତି। କିନ୍ତୁ ମଧ୍ୟପ୍ରାଚ୍ୟର ବାୟୁସୀମା ବନ୍ଦ ଥିବାରୁ ସମଗ୍ର ବିଶ୍ବର କ୍ରୀଡ଼ା ଜଗତ ପ୍ରଭାବିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/07/07bbs_22_07032026_112-2026-03-07-15-37-32.jpg)