ନୂଆଦିଲ୍ଲୀ: ଦୃଷ୍ଟିହୀନ ବିଶ୍ୱକପର ପଞ୍ଚମ ସଂସ୍କରଣ ଖେଳିବାକୁ ପାକିସ୍ତାନ ଯିବା ଲାଗି ଭାରତୀୟ ଦୃଷ୍ଟିହୀନ ଦଳ କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ଗୁରୁବାର ଅଗ୍ରାହ୍ୟ କରି ଦେଇଛନ୍ତି। ଫଳରେ ଭାରତୀୟ ଦଳ ତା’ର ସବୁମ୍ୟାଚ୍ ନିରପେକ୍ଷ ସ୍ଥାନ ଅର୍ଥାତ୍ ଦୁବାଇରେ ଖେଳିବା ସ୍ପଷ୍ଟ ହୋଇଛି। ପ୍ରତିଯୋଗିତାର ପ୍ରଥମ ମୁକାବିଲାରେ ଭାରତ ଲାହୋରରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବାର ଥିଲା। ହେଲେ କେନ୍ଦ୍ର ସରକାର ଭାରତୀୟ ଦଳର ଗସ୍ତକୁ ମଞ୍ଜୁର ନଦେବା ପରେ ବିଶ୍ୱକପର ଖେଳସୂଚୀରେ ବି ପରିବର୍ତନ ହୋଇଛି। ଆସନ୍ତା ୮ ତାରିଖରେ ଭାରତ ତା’ର ପ୍ରଥମ ମ୍ୟାଚ୍ ପାକିସ୍ତାନ ପରିବର୍ତେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁବାଇରେ ଖେଳିବ। ସେହିଦିନର ଉଦଘାଟନୀ ମୁକାବିଲାରେ ପାକିସ୍ତାନ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ବାଂଲାଦେଶକୁ ଭେଟିବ।
ଭାରତୀୟ ଦୃଷ୍ଟିହୀନ ଦଳକୁ ପାକିସ୍ତାନ ଯିବାକୁ ଅନୁମତି ମିଳିଲାନି
Advertisment
Follow Us