ଭାରତୀୟ ବୋଲରଙ୍କ କମାଲ୍‌; ଦକ୍ଷିଣ ଆଫ୍ରିକା ୨୪୬/୮

Advertisment

ପ୍ରଥମ ଯୁବ ଟେଷ୍ଟ

ପ୍ରଥମ ଯୁବ ଟେଷ୍ଟ

‘ବିଶ୍ବକପ୍ ଜିତି ବି ନିଯୁକ୍ତି ବ୍ୟବସ୍ଥାରୁ ବଞ୍ଚିତ’: ପାରାଆଥଲେଟ୍‌ଙ୍କୁ କ୍ୟାଭିର ଦୃଢ଼ ସମର୍ଥନ

ବେଙ୍ଗାଲୁରୁ: ସଂପ୍ରତି ଭାରତ ଗସ୍ତରେ ଥିବା ଦକ୍ଷିଣ ଆଫ୍ରିକା-ଏ ଦଳ ଶନିବାରଠୁ ଆରମ୍ଭ ହୋଇଥିବା ଭାରତ-ଏ ବିପକ୍ଷ ପ୍ରଥମ ଟେଷ୍ଟ୍‍ର ପ୍ରଥମ ଦିବସରେ ୮ ଓ୍ଵିକେଟ୍‌ ହରାଇ କରିଛି ୨୪୬ ରନ୍‌। ଭାରତୀୟ ବୋଲରଙ୍କ କମାଲ୍‌ ଯୋଗୁଁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭ୍ରମଣକାରୀ ଦଳ ୨୦ ରନ୍‌ ବେଳକୁ ୨ ଓ୍ଵିକେଟ୍‌ ହରାଇ ସଂକଟରେ ପଡ଼ିଥିଲା। ମଧ୍ୟକ୍ରମରେ ଦଳ ଭଲ ବ୍ୟାଟିଂ କରି ସ୍ଥିତି ସୁଧାରି ନେଇଥିଲା। ବିଶେଷକରି ଓ୍ଵିକେଟ୍‌ରକ୍ଷକ ରୁଡି ସେକେଣ୍ଡ୍‌ (୯୪)ଙ୍କ ଚିତାକର୍ଷକ ଅର୍ଧଶତକ ସାଙ୍ଗକୁ ସାରେଲ୍‌ ଇର୍‌ଓ୍ଵିଙ୍କ ୪୭, ଅଧିନାୟକ ଖାୟା ଜୋଣ୍ଡୋଙ୍କ ୨୪, ସେନୁରାନ୍‌ ମୁଥୁସ୍ୱାମୀଙ୍କ ୨୩, ଭନ୍‌ ବର୍ଗଙ୍କ ୧୫ ଓ ସିବୋଟୋଙ୍କ ଅପରାଜିତ ୧୩ ରନ୍‌ ବଳରେ ଦକ୍ଷିଣ ଆଫ୍ରିକା ୨୫୦ ରନ୍‌ ପାଖାପାଖି ପହଞ୍ଚିଯାଇଛି। ୩ ଦ୍ରୁତ ବୋଲର ମହମ୍ମଦ ସିରାଜ୍‌ (୩/୫୬), ନଭ୍‌ଦୀପ୍‌ ସଇନି (୨/୪୭), ରଜନୀଶ ଗୁର୍‌ବାନୀ (୨/୪୭) ଓ ସ୍ପିନର୍‌ ୟୁଜ୍‌ବେନ୍ଦ୍ର ଚହଲ୍‌ (୧/୫୪) ପ୍ରଭାବୀ ବୋଲିଂ କରି ୮୮ ଓଭର ଭିତରେ ମିଳିତ ଭାବେ ୮ ଓ୍ଵିକେଟ୍‌ ଦଖଲ କରି ଭାରତକୁ ପ୍ରଥମ ଦିବସର ସମ୍ମାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe