ଭାରତୀୟ ଚେସ୍ କିଂବଦନ୍ତି ବିଶ୍ବନାଥନ୍ ଆନନ୍ଦ ଆନନ୍ଦ@୫୦

Advertisment
ଭାରତୀୟ ଚେସ୍ କିଂବଦନ୍ତି ବିଶ୍ବନାଥନ୍ ଆନନ୍ଦ ଆନନ୍ଦ@୫୦

DNA India

ଚେନ୍ନାଇ: ବୁଧବାର ଭାରତୀୟ ଚେସ୍ କିଂବଦନ୍ତି ବିଶ୍ବନାଥନ୍ ଆନନ୍ଦ ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଚେନ୍ନାଇରେ ଜନ୍ମିତ ଆନନ୍ଦ ପରିବାର ସହିତ ୫୦ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ଆନନ୍ଦ ତାଙ୍କ ପୁଅ ଅଖିଲଙ୍କ ସହ ନିଜର ଏକ ଫଟୋ ଟ୍ବିଟର୍‌ରେ ଛାଡ଼ି ଲେଖିଛନ୍ତି, “ଅପରାଧର ସାଥୀ! ହଁ, ଆସନ୍ତାକାଲି ପାଇଁ କେକ୍ ଅଛି!”ଏହା ବ୍ୟତୀତ ଆନନ୍ଦ ଓ ସୁସାନ୍ ନିନନ୍‌(କ୍ରୀଡ଼ା ଲେଖକ)ଙ୍କ ଲିଖିତ ବହି ‘ମାଇଣ୍ଡ ମାଷ୍ଟର’ ମଧ୍ୟ ତାଙ୍କ ଜନ୍ମଦିନ ଅବସରରେ ଉନ୍ମୋଚିତ ହୋଇଛି। ୫ ଥର ବିଶ୍ବ ବିଜେତା ଆନନ୍ଦ ହେଉଛନ୍ତି ଭାରତର ପ୍ରଥମ ଗ୍ରାଣ୍ଡ ମାଷ୍ଟର। ପ୍ରଥମଥର ପାଇଁ ସେ ୨୦୦୦ରେ ବିଶ୍ବ ଚେସ୍ ପ୍ରତିଯୋଗିତା ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe