Image Source: Hindustan Times
ନୂଆଦିଲ୍ଲୀ: ବିଦେଶ ଗସ୍ତରେ ଥିବା ସମୟରେ ଭାରତୀୟ କ୍ରିକେଟ୍ ଟିମ୍ ଦୁଇଗୁଣ ଦୈନିକ ଭତ୍ତା ପାଇବ ବୋଲି କମିଟି ଅଫ୍ ଆଡ୍ମିନିଷ୍ଟ୍ରେର୍ ନିଷ୍ପତ୍ତି ନେଇଛନ୍ତି।
ମୁମ୍ବାଇରୁ ପ୍ରକାଶିତ ଏକ ଇଂରାଜୀ ଗଣମାଧ୍ୟମର ଖବର ଅନୁସାରେ, ଏବେ ଭାରତୀୟ ଖେଳାଳି ଏବଂ କୋଚିଙ୍ଗ୍ କର୍ମଚାରୀମାନେ ଦୈନିକ ଭତ୍ତା ବାବଦରେ ୨୫୦ ଡଲାର୍ ବା ଟ. ୧୭, ୭୯୯. ୩୦ ପାଇବେ। ପୂର୍ବରୁ ସେମାନେ ୧୨୫ ଡଲାର୍ ବା ଟ. ୮, ୮୯୯. ୬୫ ପାଉଥିଲେ। କିନ୍ତୁ, ଦେଶରେ ଥିବା ବେଳେ ପୂର୍ବ ନିର୍ଦ୍ଧାରିତ ଭତ୍ତା ଅପରିବର୍ତ୍ତିତ ରହିବ।
Image Source: India Todayଏହା ଉପରେ ବିଦେଶ ଗସ୍ତ ନିମନ୍ତେ ବିସିସିଆଇ ଦେଉଥିବା ବିଜ୍ନେସ୍ କ୍ଲାସ୍ ଟ୍ରାଭେଲ୍, ରହଣି ଏବଂ ଲଣ୍ଡ୍ରି ଖର୍ଚ୍ଚ ପୂର୍ବଭଳି ମିଳିବ।
ଏ ବର୍ଷ ଭାରତୀୟ ଟିମ୍ ଅଧିକାଂଶ ମ୍ୟାଚ୍ ଦେଶ ମଧ୍ୟରେ ଖେଳିବ ବୋଲି ନିର୍ଦ୍ଧାରଣ କରାଯାଇଛି। ଏହାଛଡ଼ା ୨୦୨୦ ପ୍ରାରମ୍ଭରେ ଭାରତୀୟ କ୍ରିକେଟ୍ ଟିମ୍ ନିଉଜିଲାଣ୍ଡ୍ ଗସ୍ତରେ ଯିବ ବୋଲି ଜଣାପଡ଼ିଛି।
Follow Us