ଭାରତୀୟ କ୍ରିକେଟରଙ୍କୁ ମିଳି ନାହିଁ ୩ ମାସର ସଂଶୋଧିତ ଦରମା

Advertisment
ଭାରତୀୟ କ୍ରିକେଟରଙ୍କୁ ମିଳି ନାହିଁ ୩ ମାସର ସଂଶୋଧିତ ଦରମା

ନୂଆଦିଲ୍ଲୀ: ଭାରତର ଶୀର୍ଷ ସ୍ତରର କ୍ରିକେଟରଙ୍କୁ ୩ ମାସ ହେବ ସଂଶୋଧିତ ଦରମା ମିଳି ନାହିଁ। ଏହି କ୍ରିକେଟରମାନଙ୍କୁ ନୂତନ ଦରମା ଦେବା ପାଇଁ ମାର୍ଚ୍ଚ ୫ରେ ହସ୍ତାକ୍ଷର ହୋଇଥିଲା। ପ୍ରଶାସକ ସମିତିର ବିରୋଧରେ ଶୁକ୍ରବାର ହେବାକୁ ଥିବା ବିସିସିଆଇର ବୈଠକରେ ଏହି ପ୍ରସଙ୍ଗ ଉଠିବ।

ଭାରତୀୟ ଖେଳାଳିମାନେ ଜୁନ ୨୩ରୁ ବ୍ରିଟେନ(ଆର୍ୟରଲାଣ୍ଡ ଓ ଇଂଲଣ୍ଡ) ପାଇଁ ଗସ୍ତ କରୁଛନ୍ତି। ପ୍ରାୟ ୩ ମାସ ପରେ ସେମାନେ ଗସ୍ତ ଶେଷ କରିବେ। ଅଧକାରୀମାନେ ଶୁକ୍ରବାର ବୈଠକରେ ଏକାଠି ହୋଇ ୧୦ଟି ପ୍ରସଙ୍ଗ ଉପରେ ଆଲୋଚନା କରିବେ।

ବିସିିସିଆଇର କାର୍ଯ୍ୟକାରୀ ସଚିବ ଅମିତାଭ ଚୌଧୁରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଅନୁବନ୍ଧ ମୋ ପାଖରେ ଅଛି। ଯଦି ବୈଠକରେ ଶୁକ୍ରବାର ସଂଶୋଧିତ ଦରମା ସଂରଚନାକୁ ମଞ୍ଜୁରୀ ମିଳି ଯିବ, ତା’ହେଲେ ମୁଁ ହସ୍ତାକ୍ଷର କରିବି। ଯଦି ଏହାକୁ ମଞ୍ଜୁରୀ ନମିଳେ, ତାହଲେ, ମୋର ହାତରେ ବନ୍ଧା ହୋଇ ରହିବ। ଯଦି କୌଣସି ନୀତିଗତ ଫଇସଲାକୁ ସାଧାରଣ ବୈଠକରେ ମଞ୍ଜୁରୀ ଦରକାର ଅଛି, ତା’ହେଲେ ମୁଁ ନିୟମ ଉଲଂଘନ କରିପାରିବି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe