ଆଲ୍ ବାୟତ ଷ୍ଟାଡିୟମ୍‌ ନିର୍ମାଣ ପଛରେ ଭାରତୀୟ ଇଂଜିନିୟର

Advertisment
ଆଲ୍ ବାୟତ ଷ୍ଟାଡିୟମ୍‌ ନିର୍ମାଣ ପଛରେ ଭାରତୀୟ ଇଂଜିନିୟର

ଦୋହା: ଫିଫା ପୁରୁଷ ବରିଷ୍ଠ ବିଶ୍ବକପ୍‌ରେ ଭାରତ ଖେଳିବା ଦୁଃସ୍ବପ୍ନ ଭଳି ଥିବାବେଳେ ଚଳିତ କାତାର-୨୦୨୨ ବିଶ୍ବକପ୍‌ରେ କିନ୍ତୁ ଭାରତୀୟଙ୍କ ସମ୍ପୃକ୍ତି ଚର୍ଚ୍ଚାରେ ରହିଛି। ବିଶ୍ବକପ୍‌ ଖେଳାଯାଉଥିବା ସମସ୍ତ ୮ ଷ୍ଟାଡିୟମ୍‌ ନିର୍ମାଣ ପଛରେ ବହୁ ଭାରତୀୟ ଶ୍ରମିକଙ୍କ ଝାଳବୁହା ପରିଶ୍ରମ ରହିଛି। କିନ୍ତୁ ‌ଦୋହାରେ ଥିବା ଅଲ୍ ବାୟତ୍‌ ଷ୍ଟାଡ଼ିୟମ୍‌ ନିର୍ମାଣ ପଛରେ ଜଣେ ଭାରତୀୟ ଇଂଜିନିୟରଙ୍କ ସମ୍ପୃକ୍ତି ଏବେ ଦେଶ ପାଇଁ ଗୌରବ ଆଣିଛି। ରବିବାର ଏହି ଷ୍ଟାଡିୟମ୍‌ରେ ବହୁ ଆଡ଼ମ୍ବର ସହ ଉଦ୍‌ଘାଟନୀ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଏହି ନିର୍ମାଣ କାର୍ଯ୍ୟର ପ୍ରମୁଖ ଅଂଶବିଶେଷ ଥିବାରୁ ଇଂଜିନିୟର୍‌ ସାହିଦ୍‌ ଅଲୀ ମଧ୍ୟ ନିଜକୁ ଗୌରବାନ୍ବିତ ମନେ କରିଛନ୍ତି। ଉଦ୍‌ଘାଟନୀ ଉତ୍ସବ ଦେଖିବା ପରେ ମୋତେ ନିଆରା ଅନୁଭବ ମିଳିଛି। କାତାରରେ ଅସହ୍ୟ ଗ୍ରୀଷ୍ଣପ୍ରବାହ ଭିତରେ ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ କଷ୍ଟକର ଥିଲା ବୋଲି ଅଲୀ ପ୍ରକାଶ କରିଛନ୍ତି। ପ୍ରତି ୨୦ ମିନିଟରେ ଶ୍ରମିକମାନଙ୍କୁ ବିଶ୍ରାମ ଦେବାକୁ ପଡ଼ୁଥିଲା। ଏହା ଛଡ଼ା ପର୍ଯ୍ୟାପ୍ତ ପରିମାଣର ଗ୍ଲୁକୋଜ ପାଣି ଓ ପଙ୍ଖାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟରେ ଚୀନ, ବ୍ରିଟେନ୍‌, ଅଷ୍ଟ୍ରେଲିଆ ଓ ଭାରତ ଆଦି ୩୫ ଦେଶରୁ ଲୋକ ସମ୍ପୃକ୍ତ ଥିଲେ। ତଳସ୍ତରରୁ ଉପରସ୍ତର ପର୍ଯ୍ୟନ୍ତ ଭାରତୀୟ ଲୋକ ସମ୍ପୃକ୍ତ ହୋଇଥିଲେ ବୋଲି ଅଲୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe