ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ ଅବସରରେ ଏକ ରୋମାଣ୍ଟିକ୍ ଦୃଶ୍ୟ ଦେଖିବାକୁ ମିଳିଥିଲା। ମ୍ୟାଚ୍ ରୋମାଞ୍ଚକର ମୋଡ଼ରେ ଥିଲା ବେଳେ ଦର୍ଶକ ଷ୍ଟାଣ୍ଡରେ ଜଣେ ଭାରତୀୟ ପ୍ରଶଂସକ ଆଣ୍ଠୁମାଡ଼ି ନିଜ ଅଷ୍ଟ୍ରେଲୀୟ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ସଂପୃକ୍ତ ମହିଳା ଜଣକ ମଧ୍ୟ ଖୁସୀର ସହ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରି ନେଇଥିଲେ। ଭାରତୀୟ ପ୍ରଶଂସକ ଜଣକ ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା ନ କରି ତୁରନ୍ତ ସାଙ୍ଗରେ ଆଣିଥିବା ମୁଦିକୁ ନିଜ ପ୍ରେମିକାଙ୍କୁ ପିନ୍ଧାଇ ଦେଇ ତାଙ୍କୁ ଆଲିଙ୍ଗନ କରିଥିଲେ। ଏହି ଦୃଶ୍ୟ ବଡ଼ ପରଦାରେ ପ୍ରସାରଣ ହେବା ପରେ ଦର୍ଶକ ତାଳି ମାରି ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ମଧ୍ୟ ସେମାନଙ୍କୁ ତାଳି ମାରି ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଥିଲେ। ଭାରତର ପଶ୍ଚାତଧାବନ ବେଳେ ହିଁ ଏହି ଘଟଣା ଘଟିଥିଲା। କ୍ରିକେଟ୍ ପଡ଼ିଆରେ କୌଣସି ପ୍ରେମିକ ନିଜ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେବାର କିନ୍ତୁ ଏହା ପ୍ରଥମ ଘଟଣା ନଥିଲା। ସିଡ୍ନି କ୍ରିକେଟ୍ ପଡ଼ିଆ ସହ ବିଶ୍ବର ଅନେକ ଐତିହାସିକ କ୍ରିକେଟ୍ ଷ୍ଟାଡିୟମରେ ଅତୀତରେ ଏଭଳି ରସିକିଆ ପ୍ରେମିକ-ପ୍ରେମିକା ମୁଦି ଅଦଳ ବଦଳ କରିବାର ଅନେକ ଘଟଣା ଘଟିସାରିଛି।
ଅଷ୍ଟ୍ରେଲୀୟ ପ୍ରେମିକାକୁ ଭାରତୀୟ ପ୍ରଶଂସକଙ୍କ ବିବାହ ପ୍ରସ୍ତାବ
Advertisment
Follow Us