ଇଣ୍ଡିଆନ୍‌ ଗ୍ରାଁ ପ୍ରି-୩: ଆବୁବାକର, ନଭଜୀତ ଶ୍ରେ‌ଷ୍ଠ

Advertisment
ଇଣ୍ଡିଆନ୍‌ ଗ୍ରାଁ ପ୍ରି-୩: ଆବୁବାକର, ନଭଜୀତ ଶ୍ରେ‌ଷ୍ଠ

ଭୁବନେଶ୍ବର: କଳିଙ୍ଗ ‌ଷ୍ଟାଡିୟମଠାରେ ଇଣ୍ଡିଆନ୍‌ ଗ୍ରାଁ ପ୍ରି-୩ ଶନିବାର ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ପୁରୁଷରେ ଟ୍ରିପଲ ଜମ୍ପର୍‌ ଅବ୍‌ଦୁଲା ଆବୁବାକର ଏବଂ ମହିଳାରେ ଡିସ୍‌କସ୍‌ ଫିଙ୍ଗାଳି ନଭଜୀତ ‌କୌର ଶ୍ରେଷ୍ଠ ‌ଆଥ୍‌ଲେଟ୍‌ ବିବେଚିତ ହୋଇଥିଲେ। ଆବୁବାକର ଏହି ପ୍ରତିଯୋଗିତାରୁ ବିଶ୍ବ ଚାମ୍ପିଅନ୍‌ସିପ୍‌ ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ସେହିଭଳି ନଭଜୀତ ରାଜ୍ୟଗୋଷ୍ଠୀ ଟିକେଟ୍‌ ପ‌କଟେସ୍ଥ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫ଟି) ଭିକେ ପାଣ୍ଡିଆନ୍‌ ଯୋଗ ଦେଇ ଉଭୟ ଖେଳାଳିଙ୍କୁ ସମ୍ମାନିତ କରିଥିଲେ। ଅନ୍ୟ ଅତିଥିଭାବେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଭାରତୀୟ ଦୌଡ଼କୁଦ ମହାସଂଘ ସଭାପତି ଆଦିଲେ ସୁମରିୱାଲା, କ୍ରୀଡ଼ା ସଚିବ ଆର୍‌ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe