ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌: ନେଦରଲାଣ୍ଡ୍ସକୁ ୫-୨ ଗୋଲରେ ହରାଇ ଦର୍ଶକଙ୍କ ମନ ଜିଣିଲା ଭାରତୀୟ ଟିମ୍‌

Advertisment
ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌: ନେଦରଲାଣ୍ଡ୍ସକୁ ୫-୨ ଗୋଲରେ ହରାଇ ଦର୍ଶକଙ୍କ ମନ ଜିଣିଲା ଭାରତୀୟ ଟିମ୍‌

ଭୁବନେଶ୍ୱର: ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ର ଦ୍ୱିତୀୟ ସଂସ୍କରଣରେ ଅନୁଷ୍ଠିତ ଶନିବାର ମ୍ୟାଚ୍‌ରେ ଭାରତ ୫-୨ ଗୋଲରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ (ବିଶ୍ୱ ମାନ୍ୟତାରେ ପଞ୍ଚମ ସ୍ଥାନ) ଦମ୍‌ଦାର ପ୍ରଦର୍ଶନ କରି ନେଦରଲାଣ୍ଡ୍ସ (ବିଶ୍ୱ ମାନ୍ୟତାରେ ତୃତୀୟ ସ୍ଥାନ)କୁ ହରାଇ ଦେଇଛି।

publive-image

ଭାରତ ତରଫରୁ ଗୁରଜନ୍ତ ସିଂ ପ୍ରଥମ ମିନିଟରେ ନେଦରଲାଣ୍ଡ୍ସକୁ ଗୋଲ ଦେଇଥିଲେ। ଖେଳର ୧୨ ମିନିଟରେ ରୁପିନ୍ଦର ସିଂହ ଦଳ ପକ୍ଷରୁ ୨ୟ ଗୋଲ ଦେଇଥିବା ବେଳେ ସେ ୪୬ ମିନିଟରେ ଆଉ ଏକ ଗୋଲ ଦେଇଥିଲେ। ନେଦରଲାଣ୍ଡ୍ସ ନିଜର ପ୍ରଥମ ଗୋଲ ୧୪ ମିନିଟରେ ଦେଇଥିଲା। ଏହି ଗୋଲ ଜିପ୍‌ ଜନସିନଙ୍କ ଦ୍ୱାରା କରାଯାଇଥିଲା। ମନଦୀପ ସିଂହ ୩୪ ମିନିଟରେ ଓ ଲଲିତ ଉପାଧ୍ୟାୟ ୩୬ ମିନିଟରେ ଗୋଲ ଦେଇଥିଲେ। ନେଦରଲାଣ୍ଡ ପାଇଁ ଜେରୋଇନ ହରତଜବର୍ଗ ୨୪ ମିନିଟରେ ଗୋଲ ଦେଇଥିଲେ। ଭାରତୀୟଙ୍କ ପ୍ରଭାବଶାଳୀ ପ୍ରଦର୍ଶନରେ ଷ୍ଟାଡିୟମର ଗ୍ୟାଲୋରୀରେ ବସିଥିବା ଦର୍ଶକମାନେ ଉତ୍ସାହ ଦେଖାଯାଇଥିଲେ।

publive-image

ପାଖାପାଖି ୬ ମାସ ଧରି ଆୟୋଜିତ ଏହି ପ୍ରତିଯୋଗିତାରେ ୯ଟି ଦଳ ଭାଗ ନେଉଥିଲା ବେଳେ ପ୍ରତ୍ୟେକ ଦଳ ନିଜ ନିଜ ମଧ୍ୟରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିବେ। ପ୍ରତି ଦଳ ଲିଗ୍‌ ପର୍ଯ୍ୟାୟରେ ୧୬ ଲେଖାଏଁ ମ୍ୟାଚ୍‌ ଖେଳିବେ। ଘରେ ୮ ଏବଂ ସମାନ ସଂଖ୍ୟକ ମ୍ୟାଚ୍‌ ବାହାରେ ଖେଳିବେ। ଶ୍ରେଷ୍ଠ ୪ ଦଳ ଟ୍ରଫି ମୁକାବିଲା ଦୌଡ଼ରେ ରହିବେ। ଏହି ପ୍ରତିଯୋଗିତାରେ ଭାରତ ପ୍ରଥମ ଥର ଲାଗି ଖେଳିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe