News18.com
କାନ୍ବେରା (ଅଷ୍ଟ୍ରେଲିଆ) : ମଙ୍ଗଳବାରଠାରୁ ଏଠାରେ ଆରମ୍ଭ ହୋଇଥିବା ତ୍ରିରାଷ୍ଟ୍ରୀୟ କନିଷ୍ଠ ମହିଳା ହକି ପ୍ରତିଯୋଗିତାରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବୁଧବାର ଭାରତ ତା’ର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ୍କୁ ୨-୦ ଗୋଲ୍ରେ ପରାସ୍ତ କରିଦେଇଛି। ମ୍ୟାଚ୍ରେ ଆକ୍ରମଣାତ୍କକ ଆଭିମୁଖ୍ୟ ନେଇଥିବା ଭାରତ ଉଭୟାର୍ଧରେ ଗୋଟିଏ ଲେଖାଏଁ ଗୋଲ୍ କରିଥିଲା। ପ୍ରଥମାର୍ଧର ପ୍ରଥମ କ୍ବାର୍ଟରରେ ଯୁବ ଫରୱାର୍ଡ ଲାଲ୍ରିନ୍ଦିକା (୧୫ ମିନିଟ୍) ଭାରତ ପାଇଁ ଗୋଲ୍ ଅଭିଯାନ ଆରମ୍ଭ କରିଥିଲା ବେଳେ ଦ୍ବିତୀୟାର୍ଧ ତଥା ଚତୁର୍ଥ କ୍ବାର୍ଟରରେ ମଧ୍ୟଭାଗ ଖେଳାଳି ପ୍ରଭ୍ଲିନ୍ କୌର (୬୦ ମିନିଟ) ଦ୍ବିତୀୟ ଗୋଲ୍ କରି ଭାରତକୁ ଏକପାଖିଆ ବିଜୟ ଭେଟି ଦେଇଥିଲେ। ଭାରତ ତୃତୀୟ ମିନିଟ୍ରେ ପେନାଲ୍ଟି କର୍ନର ପାଇଥିଲା ବେଳେ ତାହା ନିସ୍ଫଳ ହୋଇଯାଇଥିଲା। ସେହିପରି ନ୍ୟୁଜିଲାଣ୍ଡ୍ ମଧ୍ୟ ଦ୍ବିତୀୟ କ୍ବାର୍ଟରରେ ଗୋଟିଏ ପେନାଲ୍ଟି କର୍ନରକୁ ଗୋଲ୍ କରିପାରିନଥିଲା। ଭାରତ ତା’ର ଦ୍ବିତୀୟ ମ୍ୟାଚ୍ ଆସନ୍ତାକାଲି ଅଷ୍ଟ୍ରେଲିଆ ସହ ଖେଳିବ।
ଭାରତ ବିଜୟରୁ ପ୍ରତିଯୋଗିତାରେ ଅଭିଯାନ ଆରମ୍ଭ କରିଥିଲା ବେଳେ ନ୍ୟୁଜିଲାଣ୍ଡ୍ ପ୍ରଥମ ପରାଜୟ ବରଣ କରିଥିଲା। ପ୍ରତିଯୋଗିତାର ପ୍ରଥମ ଦିବସରେ ମଙ୍ଗଳବାର ନ୍ୟୁଜିଲାଣ୍ଡ୍ ତା’ର ପ୍ରଥମ ମ୍ୟାଚ୍ରେ ଆୟୋଜକ ଅଷ୍ଟ୍ରେଲିଆକୁ ୩-୧ ଗୋଲ୍ରେ ପରାସ୍ତ କରିଥିଲା। ନ୍ୟୁଜିଲାଣ୍ଡ୍ ପକ୍ଷରୁ ଓଲିଭିଆ ସାନନ୍ (୩ ମିନିଟ୍), ହାପେ୍ ରଲ୍ଫ (୪୭ ଓ ୫୨ ମିନିଟ୍) ଗୋଲ୍ ସ୍କୋରର୍ ରହିଥିଲା ବେଳେ ଅଷ୍ଟ୍ରେଲିଆ ପାଇଁ ଏକମାତ୍ର ଗୋଲ୍ ଆଇସ୍ଲିଙ୍ଗ୍ ଉତ୍ରି (୫୦ ମିନିଟ) ଶୁଝି ପାରିଥିଲେ।
Follow Us