ରାଜ୍ୟଗୋଷ୍ଠୀ କ୍ରୀଡ଼ା: ନ୍ୟୁଜିଲାଣ୍ଡ ଠାରୁ ୩-୨ରେ ପରାସ୍ତ ହେବା ପରେ ଆସନ୍ତାକାଲି କାଂସ୍ୟ ପଦକ ପାଇଁ ଖେଳିବ ଭାରତ

Advertisment
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ନ୍ୟୁଜିଲାଣ୍ଡ ଠାରୁ ୩-୨ରେ ପରାସ୍ତ ହେବା ପରେ ଆସନ୍ତାକାଲି କାଂସ୍ୟ ପଦକ ପାଇଁ ଖେଳିବ ଭାରତ

ଗୋଲଡ୍‌କୋଷ୍ଟ: ଅଷ୍ଟ୍ରେଲିଆର ଗୋଲଡ୍‌କୋଷ୍ଟ ଠାରେ ଚାଲିଥିବା ୨୩ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ହକିରେ ଭାରତକୁ ୨-୩ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡ ସେମିଫାଇନାଲ ମୁକାବିଲାରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିବା ପରେ ଭାରତ ଏପ୍ରିଲ ୧୪ରେ କାଂସ୍ୟ ପଦକ ପାଇଁ ଖେଳିବ। ନ୍ୟୁଜିଲାଣ୍ଡର ହୁଗୁ ଇଙ୍ଗଲିସ୍‌ (୭), ଷ୍ଟିଫେନ୍‌ ଜେନସ୍‌(୧୩) ଓ ମାର୍କସ ଚାଇଲଡ୍‌(୪୦) ଭାରତ ବିପକ୍ଷରେ ଗୋଲ ଦେଇଥିଲେ। ସେହିପରି ଭାରତ ପକ୍ଷରୁ ହରମନପ୍ରୀତ ସିଂହ ୩୦ ଓ ୫୬ ମିନିଟରେ ଗୋଲ ଦେଇଥିଲେ।

ପ୍ରଥମ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ ୨ଟି ଗୋଲ ଦେଇଥିଲା। ଆରମ୍ଭରୁ ଭାରତୀୟ ଖେଳାଳିମାନେ ଆକ୍ରମଣ କରିଥିଲେ। ଗୁରଜୀତ ସିଂହ ଭଲ ପ୍ରଦର୍ଶନ କରିବାକୁ ଯାଇ ମନନ୍ଦୀପ ସିଂହଙ୍କୁ ବଲ ପାସ୍‌ କରିଥିଲେ। ମାତ୍ର ୨ ମିନିଟରେ ଭାରତକୁ ୨ଟି ଗୋଲ ଦେବାର ସୁଯୋଗ ମିଳିଥିଲା। ୩ୟ ମିନିଟରେ ଏକ ପେନାଲଟି କର୍ଣ୍ଣର ସୁଯୋଗ ମଧ୍ୟ ମିଳିଥିଲା କିନ୍ତୁ ନ୍ୟୁଜିଲାଣ୍ଡ ଗୋଲକିପର ସବୁ ବଲକୁ ଅଟକାଇ ଦେଇଥିଲେ।

ଆରମ୍ଭରୁ ନ୍ୟୁଜିଲାଣ୍ଡ ଚାପଗ୍ରସ୍ତ ହୋଇ ଖେଳୁଥିବା ବେଳେ ପରବର୍ତ୍ତୀ ସମୟରେ ଭାରତ ଉପରେ ପ୍ରଭାବ ବିସ୍ତାର କରିଥିଲେ। ୨୨ ମିନିଟରେ ନ୍ୟୁଜିଲାଣ୍ଡକୁ ପ୍ରଥମ ପେନାଲଟି ଗୋଲ ମାରିବାର ସୁଯୋଗ ମିଳିଥିଲା। କୋରି ବେନେଟଙ୍କ କିକ୍‌କୁ ଗୋଲକିପର ଶ୍ରୀଜେସ ଅଟକାଇ ଦେଇଥିଲେ। ଭାରତ ଏପ୍ରିଲ ୧୪ରେ କାଂସ୍ୟ ପଦକ ପଦକ ପାଇଁ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe