ଭୁବନେଶ୍ବର: ଭାରତୀୟ ଗେଟ୍ବଲ୍ ସଂଘ (ଆଇଜିୟୁ) ଆନୁକୂଲ୍ୟରେ ଶନିବାର କଳିଙ୍ଗ ଷ୍ଟାଡିୟମରେ ଇଲେକ୍ଟ୍ରୋଷ୍ଟିଲ୍ ଇଣ୍ଡିଆନ୍ ଓପନ୍ ଗେଟ୍ବଲ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ଉନ୍ନୟନ ସଚିବ ଅସିତ ତ୍ରିପାଠୀ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ସିଲିକନ୍ ଇନ୍ଷ୍ଟିଚ୍ୟୁଟ୍ର ଟ୍ରଷ୍ଟି ନିତାଇ ଗୌର ଧଳ, ପୂର୍ବତନ ବାଣିଜ୍ୟକର ଅଧିକାରୀ ଊମା ଚରଣ ନାୟକ, ଏନ୍ଟିପିସି ଜିଏମ୍ ଶ୍ରୀକାନ୍ତ ମହାପାତ୍ର ଏବଂ ଓଡିଏମ୍ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଟ୍ର ଅଧ୍ୟକ୍ଷ ମିନକେତନ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଆୟୋଜକ ସମିତିର ଅଧ୍ୟକ୍ଷ ଦିପିଆନ୍ ପଟ୍ଟନାୟକ, ସମ୍ପାଦକ ବିଶ୍ବରଂଜନ ମିଶ୍ର, କୋଷାଧ୍ୟକ୍ଷ ସତୀଶ ପୃଷ୍ଟି ମଧ୍ୟ ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ।
ଇଣ୍ଡିଆନ୍ ଓପନ୍ ଗେଟ୍ବଲ୍ ଉଦ୍ଘାଟିତ
Advertisment
Follow Us