ଭାରତୀୟ ଓପନ୍‌ ଗେଟ୍‌ବଲ୍‌: ଭାରତକୁ ବିଜେତା କଲେ ଓଡ଼ିଆ

Advertisment

ହରିୟାଣା-ନୂଆଦିଲ୍ଲୀ ସୀମାନ୍ତ ପଟୌଦୀରେ ଅନୁଷ୍ଠିତ ଭାରତୀୟ ଓପନ୍ ଗେଟ୍‌ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ବଳରେ ଭାରତୀୟ ଦଳ ସଫଳତା ପାଇଛି। ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ଖେଳାଳିଙ୍କୁ ନେଇ ଗଠିତ ଇଣ୍ଡିଆନ୍ ଗେଟ୍‌ବଲ୍

ହରିୟାଣା-ନୂଆଦିଲ୍ଲୀ ସୀମାନ୍ତ ପଟୌଦୀରେ ଅନୁଷ୍ଠିତ ଭାରତୀୟ ଓପନ୍ ଗେଟ୍‌ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ବଳରେ ଭାରତୀୟ ଦଳ ସଫଳତା ପାଇଛି। ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ଖେଳାଳିଙ୍କୁ ନେଇ ଗଠିତ ଇଣ୍ଡିଆନ୍ ଗେଟ୍‌ବଲ୍

fshfshfhs

ଭୁବନେଶ୍ବର: ହରିୟାଣା-ନୂଆଦିଲ୍ଲୀ ସୀମାନ୍ତ ପଟୌଦୀରେ ଅନୁଷ୍ଠିତ ଭାରତୀୟ ଓପନ୍ ଗେଟ୍‌ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ବଳରେ ଭାରତୀୟ ଦଳ ସଫଳତା ପାଇଛି। ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ଖେଳାଳିଙ୍କୁ ନେଇ ଗଠିତ ଇଣ୍ଡିଆନ୍ ଗେଟ୍‌ବଲ୍ ୟୁନିଅନ୍‌ର ଆଇଜିୟୁ ସିନିୟର୍‌ ଓ ଆଇଜିୟୁ ଜୁନିୟର୍‌ ଦଳ ଯଥାକ୍ରମେ ବିଜେତା ଓ ଉପବି‌ଜେତା ହୋଇଛନ୍ତି। ବିଜେତା ସିନିୟର୍‌ ଦଳରେ ରଂଜନ ପାତ୍ର, ବିଶ୍ବରଂଜନ୍ ମିଶ୍ର, ଦିଲୀପ ଷଡ଼ଙ୍ଗୀ, ଗିରିଜା ନାୟକ, ଏଜାଜ ଅହମ୍ମଦ ଏବଂ ଉପବିଜେତା ଜୁନିୟର୍ ଦଳରେ ରାଜେନ୍ଦ୍ର ମୁର୍ମୁ, ବିଷ୍ଣୁପ୍ରିୟା ବେ‌ହେରା, ରୁଦ୍ରପ୍ରସାଦ ଧଳ, ଅମରୀକ୍ଷ ଓଝା, ସନ୍ଦୀପ ପ୍ରଧାନ ପ୍ରତିନିଧିତ୍ବ କରିଥିଲେ।

ଏମାନଙ୍କ ବାଦ୍‌ ଏକମାତ୍ର ବିଦେଶୀ ଦଳ ତାଇୱାନ ଓ ରାଜସ୍ଥାନ ସେମିଫାଇନାଲ୍ ଖେଳିଥିବାରୁ ପୁରସ୍କୃତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ହରିୟାଣାର ବହୁ ଉଚ୍ଚପଦସ୍ଥ ଅଧିକାରୀ, ପଟୌଦୀର ନବନିର୍ବାଚିତ ବିଧାୟିକା ବିମଳା ଚୌଧୁରୀ ଅତିଥି ଭାବେ ଯୋଗ ଦେଇଥିଲେ। ଆଇଜିୟୁ ସଭାପତି ଦ୍ବିପାୟନ ପଟ୍ଟନାୟକ, ସମ୍ପାଦକ ଦିଲୀପ ଦାସଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ଉମାକାନ୍ତ ପାଣି, ଅମିତ ଗୁପ୍ତା, ସର୍ବେଶ୍ବର ମହାପାତ୍ର, ସଂଜୀବ ପରିଡ଼ା, ଶରତ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ମୋଟ ୨୦ ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe