ଭୁବନେଶ୍ୱରରେ ୨୨ରୁ ଇଣ୍ଡିଆନ୍‌ ଓପନ୍‌ ଗେଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱରରେ ୨୨ରୁ ଇଣ୍ଡିଆନ୍‌ ଓପନ୍‌ ଗେଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ଭାରତୀୟ ଗେଟ୍‌ବଲ୍‌ ୟୁନିୟନ୍‌ ଆୟୋଜନରେ ଚଳିତ ମାସ ୨୨ ତାରିଖରୁ କଳିଙ୍ଗ ଷ୍ଟାଡିୟମ୍‌ରେ ‘ଇଣ୍ଡିଆନ୍‌ ଓପନ୍‌ ଗେଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ’ ଅନୁଷ୍ଠିତ ହେବ। ଏହି ଦୁଇ ଦିନିଆ ଟୁର୍ଣ୍ଣାମେଣ୍ଟରେ ୧୬ ଟିମ୍‌ ଅଂଶଗ୍ରହଣ କରୁଥିବା ବେଳେ ୩ ଟିମ୍‌ ହେଉଛନ୍ତି ବିଦେଶୀ ବୋଲି ଆୟୋଜକ ପକ୍ଷରୁ ବୁଧବାର ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଟୁର୍ଣ୍ଣାମେଣ୍ଟରେ ହରିଆଣା, ଦିଲ୍ଳୀ, ଆସାମ, ପଂଜାବ, ଜମ୍ମୁ କଶ୍ମୀର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ତ୍ରିପୁରାରୁ ଟିମ୍‌ ଅଂଶଗ୍ରହଣ କରୁଥିବା ବେଳେ ଭାରତ ବାହାରୁ ଥାଇଲାଣ୍ଡ, ତାଇଓ୍ଵାନ୍‌ ଏବଂ ଇଣ୍ଡୋନେସିଆରୁ ଗେଟ୍‌ବଲ୍‌ ଟିମ୍‌ ଭୁବନେଶ୍ୱର ଆସୁଛନ୍ତି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହେବ। ଡିସେମ୍ବର ୨୩ରେ ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀ ହେବ।

ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ପାଇଁ ଏକ କମିଟି ଗଠନ କରାଯାଇଛି, ଯେଉଁଥିରେ ଦୈପାୟନ ପଟ୍ଟନାୟକଙ୍କୁ ସଭାପତି, ବିଶ୍ୱରଂଜନ ମିଶ୍ରଙ୍କୁ ସଂପାଦକ ଏବଂ ସତୀଶ ପୃଷ୍ଟିଙ୍କୁ କୋଷାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe