ଇଣ୍ଡିଆନ୍‌ ଓପନ୍‌ ସେମିରେ ସିନ୍ଧୁ

Advertisment

କାଶ୍ୟପ ଓ ପ୍ରଣୀତଙ୍କ ବିଦାୟ

କାଶ୍ୟପ ଓ ପ୍ରଣୀତଙ୍କ ବିଦାୟ

ମାଲେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ସିନ୍ଧୁ, ଶ୍ରୀକାନ୍ତ ଆଗେଇଲେ

ନୂଆଦିଲ୍ଲୀ: ଶୀର୍ଷ ମାନ୍ୟତାପ୍ରାପ୍ତ ଭାରତୀୟ ତାରକା ପିଭି ସିନ୍ଧୁ ଚଳିତ ଇଣ୍ଡିଆନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାରର କ୍ୱାର୍ଟର ଫାଇନାଲରେ ସ୍ପେନର ଅଷ୍ଟମ ମାନ୍ୟତା ଖେଳାଳି ବାତ୍ରିଜ୍‌ କୋରାଲେସଙ୍କୁ ୨୧-୧୨, ୧୯-୨୧, ୨୧-୧୧ ସେଟ୍‌ରେ ହରାଇ ସେ ଏହି ସଫଳତା ଲାଭ କରିଛନ୍ତି। ସେମିଫାଇନାଲରେ ସିନ୍ଧୁ ତୃତୀୟ ମାନ୍ୟତାପ୍ରାପ୍ତ ଥାଇଲାଣ୍ଡର ରାଚାନୋକ ଇନ୍ତାନନଙ୍କୁ ଭେଟିବେ। ଇନ୍ତାନନ ସପ୍ତମ ମାନ୍ୟତାପ୍ରାପ୍ତ ୟିପ୍‌ ପୁଇ ଇନଙ୍କୁ ୨୧-୧୧, ୨୧-୧୧ ସିଧାସଳଖ ସେଟ୍‌ରେ ହରାଇ ଏହି ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ପୁରୁଷ ଏକକରେ ପି କାଶ୍ୟପ ଓ ବି ସାଇପ୍ରଣୀତଙ୍କ ପାଇଁ କିନ୍ତୁ ଶୁକ୍ରବାର ଶୁଭଙ୍କର ସାବ୍ୟସ୍ତ ହୋଇ ନଥିଲା। ଉଭୟ ନିଜ ନିଜ ପ୍ରତିପକ୍ଷଙ୍କଠାରୁ ସିଧାସଳଖ ସେଟ୍‌ରେ ପରାସ୍ତ ହୋଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା କାଶ୍ୟପ ଚାନର କିଓ ବିନଙ୍କଠାରୁ ୧୬-୨୧, ୧୮-୨୧ରେ ହାରି ବିଦାୟ ନେଇଥିଲେ। ସେହିଭଳି ଅଷ୍ଟମ ମାନ୍ୟତା ପ୍ରଣୀତ ତୃତୀୟ ମାନ୍ୟତା ଖେଳାଳି ତାଇଓ୍ଵାନର ଚୋଉ ତିନ୍‌ ଚେନଙ୍କଠାରୁ ୧୫-୨୧, ୧୩-୨୧ରେ ହାରିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe