୩ ଦିନ ପରସ୍ପରକୁ ଭେଟିବେନି ଭାରତୀୟ ଖେଳାଳି

୩ ଦିନ ପରସ୍ପରକୁ ଭେଟିବେନି ଭାରତୀୟ ଖେଳାଳି

New Indian Express

ଲଣ୍ଡନ୍‌ : ଭାରତୀୟ କ୍ରିକେଟ୍ ଦଳ ଗୁରୁବାର ଲଣ୍ଡନ ବାଟ ହୋଇ ସାଉଥାମ୍ପଟନ୍ ପହଞ୍ଚିଛି। ଖେଳାଳିମାନେ ସେଠାକାର ଏକ ହୋଟେଲରେ ୩ ଦିନ କଠୋର ସଙ୍ଗରୋଧରେ ରହିବେ। ଏହି ୩ ଦିନ କୌଣସି ଭାରତୀୟ ଖେଳାଳି ପରସ୍ପରକୁ ଭେଟି ପାରିବେ ନାହିଁ। ଦଳର ସ୍ପିନର୍‌ ଅକ୍ଷର ପଟେଲ୍ ଏହି ସୂଚନା ‌ଦେଇଛନ୍ତି। ‘ମୋତେ ଗତକାଲି ରାତିରେ ଭଲ ନିଦ ହୋଇଛି। ଆମେ ଏହି ୩ ଦିନ କେହି କାହାରିକୁ ଭେଟି ପାରିବୁ ନାହିଁ। ସଙ୍ଗରୋଧରେ ରହିବାର ଯୋଜନା କାରଣରୁ ଏଭଳି କରାଯାଇଛି’ ବୋଲି ପଟେଲ୍‌ ପ୍ରକାଶ କରିଛନ୍ତି। ଗୁରୁବାର ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳ ଗୋଟିଏ ଚାଟାର୍ଟ ଫ୍ଲାଇଟରେ ଲଣ୍ଡନ୍ ଅବତରଣ କରିବା ପରେ ୨ ଘଣ୍ଟାର ବସଯାତ୍ରା ସହ ସାଉଥାମ୍ପଟନ୍‌ ପହଞ୍ଚିଥିଲେ।

ସୂଚନାଯୋଗ୍ୟ, ଭାରତ ଏବଂ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍ ମ୍ୟାଚ୍‌ ଜୁନ୍ ୧୮ରୁ ୨୨ ତାରିଖ ମଧ୍ୟରେ ସାଉଥାମ୍ପଟନ୍‌ରେ ଖେଳାଯିବ। ପୁରୁଷ ଦଳ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌ ଖେଳିବା ପୂର୍ବରୁ ମହିଳା ଦଳ ବ୍ରିଷ୍ଟଲ୍‌ରେ ଏକମାତ୍ର ଟେଷ୍ଟ୍‌ (ଜୁନ୍ ୧୬-୧୯) ମ୍ୟାଚ୍‌ ମଧ୍ୟ ଖେଳିବ। ଏହା ପରେ ପୁରୁଷ ଦଳ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳା ସେପ୍ଟେମ୍ବର ପ୍ରାରମ୍ଭ ପର୍ଯ୍ୟନ୍ତ ଖେଳିବ। ମହିଳା ଦଳ ଦୁଇଟି ସୀମିତ ଓଭର ଶୃଙ୍ଖଳା ଖେଳି ଜୁଲାଇରେ ସ୍ବଦେଶ ଫେରି ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe