ଭାରତୀୟମାନେ କେବଳ ସଚିନଙ୍କ ଛକାକୁ ମନେ ରଖିଛନ୍ତି: ଅଖତର୍‌

Advertisment
ଭାରତୀୟମାନେ କେବଳ ସଚିନଙ୍କ ଛକାକୁ ମନେ ରଖିଛନ୍ତି: ଅଖତର୍‌

DNA India

ନୂଆଦିଲ୍ଲୀ: ୨୦୦୩ ବିଶ୍ବକପ୍‌ରେ ସଚିନ ତେନ୍ଦୁଲକର ମୋତେ ମାରିଥିବା ଛକାକୁ ଭାରତୀୟ ପ୍ରଶଂସକମାନେ କେବଳ ମନେ ରଖିଛନ୍ତି, କାରଣ ସେମାନେ ଏଥିପାଇଁ ଢେର ଖୁସି ହୋଇଥିଲେ। ସେହି ବିଶ୍ବକପ୍‌ରେ ସୋଏବ ଅଖତର ମାରିଥିବା ବାଉଁସର୍‌କୁ ସଚିନ ଥାର୍ଡମ୍ୟାନ୍‌ ଉପର ଦେଇ ଛକା ମାରିଥିଲେ। ଗୁରୁବାର ଏହି ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ସଚିନ ତେନ୍ଦୁଲକରଙ୍କୁ 'ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌' ଆଖ୍ୟା ଦେଇଥିଲେ। ଭାରତୀୟମାନେ ଏହି ଛକାକୁ ଦେଖି ଖୁସି ହେଉଥିବାରୁ ମନେ ରଖିଛନ୍ତି ବୋଲି ଅଖତର ପ୍ରକାଶ କରିଛନ୍ତି। ଇନ୍‌ଷ୍ଟାଗ୍ରାମ୍ ଭିଡିଓରେ ସଚିନଙ୍କ ସହିତ ଏହି ମୁକାବିଲାର ଦିନକୁ ମନେ ପକାଇ ଅଖତର କହିଥିଲେ 'ସଚିନଙ୍କୁ ବୋଲିଂ କରିବାରେ ମୁଁ ବହୁ ଭଲ ସମୟ ବିତାଇଛି। ସେ ଜଣେ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌। ମୁଁ ତାଙ୍କୁ ୧୨/୧୩ ଥର ଆଉଟ୍ କରିଛି। ଅଖତର କିନ୍ତୁ ଏହିଠାରେ ଭୁଲ ତଥ୍ୟ ଦେଇଥିଲେ। ବାସ୍ତବରେ ଅଖତର ତାଙ୍କ ଖେଳ ଜୀବନ ମଧ୍ୟରେ ୮ ଥର ସଚିନଙ୍କୁ ଆଉଟ୍ କରିଥିଲେ। ୩ ଥର ଟେଷ୍ଟ୍ ଏବଂ ୫ ଥର ଦିନିକିଆରେ। ଟି-୨୦ରେ ଆଇପିଏଲ୍‌ରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳୁଥିବା ବ‌େଳେ ସଚିନଙ୍କୁ ଥରେ ମାତ୍ର ଆଉଟ୍ କରିଥିଲେ। ଉଭୟଙ୍କ ମୁକାବିଲାକୁ କିନ୍ତୁ ପ୍ରଶଂସକମାନେ ୧୯୯୦ ଓ ୨୦୦୦ ଦଶକରେ ଢେର ଉପଭୋଗ କରିଥିଲେ। କେତେବେଳେ ଅଖତର ତ କେତେବେ‌ଳେ ସଚିନ ସଫଳ ହେଉଥିଲେ।

୨୦୦୩ ବିଶ୍ବକପ୍‌ର ପାକିସ୍ତାନ ବିପକ୍ଷରେ ସଚିନ ଖେଳିଥିବା ୯୮ ରନ୍‌ର ପାଳିକୁ ତାଙ୍କର ଅନ୍ୟତମ ଶ୍ରେଷ୍ଠ ଦିନିକିଆ ପାଳିର ଆଖ୍ୟା ମିଳିଥାଏ। ଭାରତ ୨୭୪ ରନ୍‌କୁ ପିଛା କରୁଥିବା ବେଳେ ସଚିନ ପ୍ରଥମରୁ ଛକା ମାରି ଅଖତରଙ୍କ ଉପରେ ଚାପ ପକାଇଥିଲେ। ୭୫ ବଲ୍‌ରୁ ୯୮ ରନ୍ କରିଥିଲେ। ଏହା ମଧ୍ୟରେ ୧୨ ଚୌକା ଏବଂ ଏକମାତ୍ର ଛକାଟି ସାମିଲ ଥିଲା। ଭାରତ ୬ ୱିକେଟ୍‌ରେ ମ୍ୟାଚ୍‌‌ ବି ଜିତିଥିଲା। ଅଖତର ଏକଥା ବି କହିଥିଲେ, ''ଗୋଟିଏ ଛକା ପାଇଁ ୧.୩ କୋଟି ଭାରତୀୟ ଯଦି ଏତେ ଖୁସି ହୋଇପାରୁଛନ୍ତି, ତେବେ ସେ ମୋତେ ସବୁଦିନ ଛକା ମାରନ୍ତୁ ବୋଲି ମୁଁ ଆଶା କରିବି।''

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe