ଏଫ୍‌ଆଇଏଚ୍‌ ମହିଳା ନେସନ୍ସ କପ୍‌ ପାଇଁ ଭାରତୀୟ ଦଳ ଘୋଷିତ: ସବିତାଙ୍କୁ ନେତୃତ୍ବ; ଦୀପଗ୍ରେସ୍‌ ଉପଅଧିନାୟିକା

Advertisment
ଏଫ୍‌ଆଇଏଚ୍‌ ମହିଳା ନେସନ୍ସ କପ୍‌ ପାଇଁ ଭାରତୀୟ ଦଳ ଘୋଷିତ: ସବିତାଙ୍କୁ ନେତୃତ୍ବ; ଦୀପଗ୍ରେସ୍‌ ଉପଅଧିନାୟିକା

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଥିବା ଏଫ୍‌ଆଇଏଚ୍‌ ମହିଳା ନେସନ୍ସ କପ୍‌ ହକି ପ୍ରତିଯୋଗିତା ପାଇଁ ବୁଧବାର ହକି ଇଣ୍ଡିଆ ଭାରତୀୟ ଦଳ ଘୋଷଣା କରିଛି। ଘୋଷିତ ୨୦ ଜଣିଆ ଦଳର ନେତୃତ୍ବ ଅଭିଜ୍ଞ ଗୋଲ୍‌ରକ୍ଷକ ସବିତାଙ୍କୁ ଅର୍ପଣ କରାଯାଇଥିଲା ବେଳେ ଓଡ଼ିଆ ଝିଅ ଦୀପଗ୍ରେସ୍‌ ଏକ୍କା ଉପଅଧିନାୟିକା ମନୋନୀତ ହୋଇଛନ୍ତି। କୋଭିଡ୍‌ ଯୋଗୁ ବର୍ମିଙ୍ଗ୍‌ହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବଞ୍ଚିତ ରହିବା ପରେ ନଭ୍‌ଜ୍ୟୋତ କୌର ଭାରତୀୟ ଦଳକୁ ‌ଫେରିବା ଏବଂ ବିଉଟୀ ଡୁଙ୍ଗ୍‌ଡୁଙ୍ଗ୍‌ ଆନ୍ତର୍ଜାତିକ ପଦାର୍ପଣ ସୁଯୋଗ ପାଇବା ଉଲ୍ଲେଖନୀୟ ରହିଛି। ବର୍ମିଙ୍ଗ୍‌ହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକ ଜିତିବା ପରେ ଭାରତୀୟ ମହିଳା ଦଳ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ରେ ପଦାର୍ପଣ କରି ଚମକ ଛାଡ଼ିଥିଲା। ପ୍ରଥମ ଥର ପ୍ରୋ-ଲିଗ୍‌ ଖେଳିଥିବା ଭାରତ ମଧ୍ୟ ଆର୍ଜେଣ୍ଟିନା ଓ ନେଦରଲାଣ୍ଡ୍‌ସ ପଛକୁ ତୃତୀୟ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଏବେ ନେସନ୍ସ କପ୍‌ ଜିତିବା ଦଳର ଲକ୍ଷ୍ୟ ରହିଛି। ନେସନ୍ସ କପ୍‌ ଜିତି ଦଳ ମଧ୍ୟ ଆସନ୍ତାବର୍ଷର ପ୍ରୋ-ଲିଗ୍‌ ଖେଳିବା ସୁଯୋଗ ସୃଷ୍ଟି କରିବ ବୋଲି ଆଶାବାଦୀ ରହିଛି। ନେସନ୍ସ କପ୍‌ ପାଇଁ ଭାରତୀୟ ଦଳ ପୁଲ୍‌-ବି’ରେ କାନାଡା, ଜାପାନ ଓ ଦକ୍ଷିଣ ଆଫ୍ରିକା ସହ ରହିଥିଲା ବେଳେ ପୁଲ୍‌-ଏ’ରେ ଆୟର୍ଲାଣ୍ଡ୍‌, ଇଟାଲି, କୋରିଆ ଓ ସ୍ପେନ୍‌ ସାମିଲ ଅଛନ୍ତି।

ଭାରତୀୟ ଦଳ: ସବିତା (ଅଧିନାୟିକା) ଓ ବିଚୁ ଦେବୀ ଖରିବାମ୍‌ (ଦୁହେଁ ଗୋଲ୍‌ରକ୍ଷକ), ଦୀପ୍‌ଗ୍ରେସ୍‌ ଏକ୍କା (ଉପଅଧିନାୟିକା), ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା, ଈଶିକା ଚୌଧୁରୀ (ସମସ୍ତେ ଡିଫେଣ୍ଡର), ନିଶା, ସାଲିମା ଟେଟେ, ସୁଶୀଳା ଚାନୁ ପୁଖ୍ରମବାମ୍‌, ମୋନିକା, ନେହା, ସୋନିକା, ଜ୍ୟୋତି, ନଭ୍‌ଜ୍ୟୋତ କୌର (ସମସ୍ତେ ମିଡ୍‌ଫିଲ୍‌ର), ବନ୍ଦନା କାଟାରିୟା, ଲାଲ୍‌ରେମ୍‌ସିଆମି, ନଭ୍‌ନୀତ କୌର, ସଂଗୀତା କୁମାରୀ, ବିଉଟୀ ଡୁଙ୍ଗ୍‌ଡୁଙ୍ଗ୍‌ (ସମସ୍ତେ ଫରୱାର୍ଡ)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe