ଭୁବନେଶ୍ବରରେ ଭାରତୀୟ ଦଳ ଶିବିର: ଗୋଆରେ ଆଇଏସ୍ଏଲ୍‌, କୋଲ୍‌କାତାରେ ଆଇ-ଲିଗ୍‌!

ସମ୍ବଲପୁର, ବଲାଙ୍ଗୀର କ୍ରୀଡ଼ା ଛାତ୍ରାବାସରୁ ଉଠିଯିବ ବାଳକ ଫୁଟବଲ୍: ୧୫ ସୁଦ୍ଧା ଖାଲି ହେବ ହଷ୍ଟେଲ୍‌!

Unsplash

ଚେନ୍ନାଇ: ଭାରତୀୟ ଘରୋଇ ଫୁଟ୍‌ବଲ୍‌ର ଦୁଇ ପ୍ରମୁଖ ପ୍ରତିଯୋଗିତା ଆଇଏସ୍‌ଏଲ୍‌ (ଇଣ୍ଡିଆନ୍ ସୁପର୍‌ ଲିଗ୍) ଏବଂ ଆଇ ଲିଗ୍‌ର ଆସନ୍ତା ଋତୁ ମ୍ୟାଚ୍‌ଗୁଡିକ ଗୋଟିଏ ଲେଖାଏଁ ନିର୍ଦ୍ଧିଷ୍ଟ ଭେନ୍ୟୁରେ ଖେଳାଯିବ ବୋଲି ସ୍ପଷ୍ଟ କରିଦିଆଯାଇଛି। ନଭେମ୍ଭର ୨୧ରୁ ଖେଳାଯିବାକୁ ଥିବା ଆଇଏସ୍‌ଏଲ୍ ଗୋଆରେ ଏବଂ ଏହାର‌ ଗୋଟିଏ ସପ୍ତାହ ପରେ ଆଇ ଲିଗ୍‌ କୋଲକାତାରେ ଖେଳାଯିବାର ସମ୍ଭାବନା ରହିଛି। ମ୍ୟାଚ୍‌ ଗୁଡିକ ଦର୍ଶକବିହୀନ ରହିବ ବୋଲି ସର୍ବଭାରତୀୟ ଫୁଟ୍‌ବଲ୍‌ ସଂଘ (ଏଆଇଏଫଏଫ୍‌)ର ମହାସଚିବ କୁଶାଲ ଦାସ ପ୍ରକାଶ କରିଛନ୍ତି।

କୋଲ୍‌କାତା ଓ ଗୋଆରେ ଥିବା ବିଭିନ୍ନ ପଡିଆ ଉପରେ ଆମେ ନଜର ରଖିଛୁ। ଆସନ୍ତା ବର୍ଷ ଫେବ୍ରୁଆରିରେ କୋଲକାତାରେ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ୍‌ ହେବାକୁ ଥିବାରୁ ସଲ୍ଟ ଲେକ୍ ଷ୍ଟାଡିୟମ୍‌ ୩ ମାସ ପୂର୍ବରୁ ଉପଲବ୍‌ଧ ହେବ ନାହିଁ। ବିଶ୍ବକପ୍‌ ବେଳକୁ ଆଇଏସ୍‌ଏଲ୍‌ ଚାଲିବାର ଥିବାରୁ କୋଲକାତାରେ ଏହା କରାଇବା ସମ୍ଭବ ନୁହେଁ। ପ୍ରାଥମିକ ଅବସ୍ଥାରେ ଦର୍ଶକମାନଙ୍କୁ ଷ୍ଟାଡିୟମ୍‌ ଭିତରକୁ ଛଡ଼ାଯିବ ନାହିଁ ବୋଲି ବେଙ୍ଗଲ୍‌ ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିର ଏକ ୱେବିନାରରେ ଭାଗ ନେଇ କୁଶାଲ ଦାସ ଏହା ପ୍ରକାଶ କରିଥିଲେ। ଗୋଟିଏ ନିର୍ଦ୍ଦିଷ୍ଟ ଭେନ୍ୟୁରେ ପ୍ରତିଯୋଗିତା କରାଇବା ଫଳରେ ଅନେକ ଲଜିଷ୍ଟିକାଲ୍ ସମସ୍ୟାର ସମାଧାନ ହୋଇଯିବ। ଖେଳାଳି, ଅଧିକାରୀ, ରେଫରିଙ୍କୁ ଗୋଟିଏ ଦୁଇଟି ହୋଟେଲ୍‌ରେ ରଖାଯିବ। ଏହାଦ୍ବାରା ଏଆଇଏଫ୍‌ଏଫ୍‌କୁ ନିୟମିତ ବ୍ୟବଧାନରେ‌ କୋଭିଡ୍‌-୧୯ ‌ପରୀକ୍ଷା କରାଇବା ମଧ୍ୟ ସହଜ ହେବ।

ଭୁବନେଶ୍ବରରେ ଭାରତୀୟ ଦଳ ଶିବିର
ଅକ୍ଟୋବର ୮ ତାରିଖରେ ଭୁବନେଶ୍ବରରେ ଖେଳାଯିବାକୁ ଥିବା ଭାରତ ଓ କାତାର ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ପୂର୍ବରୁ ଏଠାରେ ମଧ୍ୟ ଭାରତୀୟ ଦଳର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଭାରତୀୟ ଦଳ ପ୍ରଶିକ୍ଷକ ଆଇଗର୍‌ ଷ୍ଟିମାକ ଦଳର ୬ ସପ୍ତାହ ବିଶିଷ୍ଟ ଶିବିରକୁ ୟୁରୋପରେ କରାଇବାକୁ ଚାହୁଁଥିଲେ ମଧ୍ୟ କୁଶାଲ ଦାସ ଏହାକୁ ପ୍ରତ୍ୟାଖାନ କରି ଦେଇଥିଲେ। ଶିବିର ଯଦି ହୁଏ ତେବେ ଏହା ଭୁବନେଶ୍ବରରେ କରାଯିବ ବୋଲି ସେ କହିଛନ୍ତି। ଓଡ଼ିଶା ସରକାରଙ୍କୁ ଆମେ ଏ ଦିଗରେ ଲେଖିଛୁ। ଅଗଷ୍ଟ ତୃତୀୟ ସପ୍ତାହରୁ ଏହା ଆରମ୍ଭ କରାଯିବା ପ୍ରସ୍ତାବ ରହିଛି। ଓଡ଼ିଶା ସରକାରଙ୍କ ସମ୍ମତି ଅପେକ୍ଷାରେ ରହିଛୁ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe