ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ପାଇଁ କାହିଁକି ହାତରେ କଳାପଟି ବାନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି ଜାଣନ୍ତୁ

Advertisment
ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ପାଇଁ କାହିଁକି ହାତରେ କଳାପଟି ବାନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି ଜାଣନ୍ତୁ

Times of India

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚରେ ଭାରତୀୟ ଖେଳାଳିମାନେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ପାଇଁ ହାତରେ କଳାପଟି ବାନ୍ଧି ପଡ଼ିଆକୁ ଓହ୍ଲାଇଛନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସମେତ ଟିମ୍‌ର ସମସ୍ତ ସଦସ୍ୟ ନିଜ ବାହୁରେ କଳା ପଟି ବାନ୍ଧିଛନ୍ତି।

Image result for headlines-indian-team-players-wearing-black-band-as-a-mark-of-respect-on-passing-away-of-bapu-nadkarni LatestLY

ସୂଚନାଯୋଗ୍ୟ, ଶୁକ୍ରବାର ଜାନୁଆରି ୧୭ ତାରିଖରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ନୀଙ୍କ ପରଲୋକ ହୋଇଥିଲା। ବାପୁ ନାଦକର୍ନୀଙ୍କ ପରଲୋକରେ ଶୋକପ୍ରକାଶ କରି ଭାରତୀୟ ଖେଳାଳିମାନେ ନିଜର ବାହୁରେ ଏପରି କଳାପଟି ପିନ୍ଧିଥିବା ଜଣାପଡ଼ିଛି। ଏହା ପୂର୍ବରୁ ବିସିସିଆଇ ଏହି କଥାକୁ ନେଇ ଘୋଷଣା କି ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯିବାକୁ ଥିବା ଅନ୍ତିମ ଦିନିକିଆ ମ୍ୟାଚ୍‌ ସମୟରେ ସମସ୍ତ ଖେଳାଳି ବାହୁରେ କଳାପଟି ଲଗାଇ ପଡ଼ିଆକୁ ଓହ୍ଲାଇବେ।

Image result for headlines-indian-team-players-wearing-black-band-as-a-mark-of-respect-on-passing-away-of-bapu-nadkarni IANS Live

ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ନୀ ଇଂଲଣ୍ଡ ବିପକ୍ଷରେ ଏକ ଟେଷ୍ଟ ମ୍ୟାଚରେ ରେକର୍ଡ କରି କ୍ରମାଗତ ୨୧ ଓଭରରେ ମେଡେନ ଓଭର ବୋଲିଂ ପାଇଁ ସେ ବିଶେଷ ଭାବେ ପରିଚିତ। ସେ ଦେଶ ତରଫରୁ ୪୧ଟି ଟେଷ୍ଟ ମ୍ୟାଚ ଖେଳି ୧୪୧୪ ରନ ସଂଗ୍ରହ କରିବା ସହ ୮୮ ଉଇକେଟ ହାସଲ କରିଥିଲେ। ୧୩ବର୍ଷ ପର୍ଯ୍ୟନ୍ତ ଭାରତୀୟ ଟିମ୍‌ ପାଇଁ ଟେଷ୍ଟ କ୍ରିକେଟ ଖେଳୁଥିବା ବାପୁ ନାଦକର୍ନୀଙ୍କ ୮୬ବର୍ଷ ବୟସରେ ନିଧନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe