ନୂଆଦିଲ୍ଲୀ: ଇଣ୍ଡିଆନ୍ ୱେଲ୍ସ ମାଷ୍ଟର୍ସ ଟେନିସ୍ ପ୍ରତିଯୋଗିତାରୁ ପ୍ରଜ୍ଞେଶ ଗୁଣେଶ୍ବରନ୍ ଏବଂ ରୋହନ ବୋପାନ୍ନାଙ୍କ ଅଭିଯାନ ଶେଷ ହୋଇଯାଇଛି। ପ୍ରଜ୍ଞେଶ ତୃତୀୟ ରାଉଣ୍ଡ୍ରେ ଏସ୍ ମାଷ୍ଟର ଇଭୋ କାର୍ଲୋଭିକ୍ଙ୍କ ନିକଟରୁ ସିଧାସଳଖ ୩-୬ ଓ ୬-୭ ସେଟ୍ରେ ହାରିଗଲେ। ପ୍ରଥମ ଥର ପାଇଁ ଏଟିପି ମାଷ୍ଟର୍ସରେ ଅଂଶ ଗ୍ରହଣ କରିଥିବା ପ୍ରଜ୍ଞେଶ ୬୧ ରୢାଙ୍କିଙ୍ଗ୍ ପଏଣ୍ଟ୍ କରାୟତ କରିଛନ୍ତି। ଯାହାକି ତାଙ୍କୁ ଜୀବନର ଶ୍ରେଷ୍ଠ ମାନ୍ୟତା ୮୨ରେ ପହଞ୍ଚାଇ ଦେଇଛି। ସେ ମଧ୍ୟ ୪୮,୭୭୫ ଡଲାର ପୁରସ୍କାର ରାଶି ପକେଟସ୍ଥ କରିଛନ୍ତି। ଅନ୍ୟପକ୍ଷରେ ଯୁଗଳରେ ବୋପାନ୍ନା ମଧ୍ୟ ପରାଜୟର ସାମ୍ନା କରିଥିଲେ। ଡେନିସ୍ ସାପୋଭାଲୋଭ୍ଙ୍କୁ ସାଥୀ କରିଥିବା ବୋପାନ୍ନା ପୁରୁଷ ଯୁଗଳ ଦ୍ବିତୀୟ ରାଉଣ୍ଡ୍ରେ ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍ ଓ ଫାବିଓ ଫୋଗ୍ନିନିଙ୍କ ନିକଟରୁ ୬-୪, ୧-୬ ଓ ୮-୧୦ ସେଟ୍ରେ ହାରି ବିଦାୟ ନେଲେ।
ଇଣ୍ଡିଆନ୍ ୱେଲ୍ସ ମାଷ୍ଟର୍ସରୁ ପ୍ରଜ୍ଞେଶ ଓ ବୋପାନ୍ନାଙ୍କ ଅଭିଯାନ ଶେଷ
Advertisment
Follow Us