ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଶୁକ୍ରବାର ଭାରତୀୟ ପୁରୁଷ ଟିମ୍ ରୁଷିଆକୁ ୪-୨ ଗୋଲରେ ପରାସ୍ତ କରିଛି। ଏଠାରେ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଉଭୟ ଭାରତ ଓ ଋଷିଆ ପୁରୁଷ ଟିମ୍ ପଡ଼ିଆକୁ ଓହ୍ଲାଇଥିଲେ। ଭାରତ ପକ୍ଷରୁ ହରମନପ୍ରୀତ ସିଂହ (୫ମିନିଟ) ଗୋଟିଏ, ମନ୍ଦୀପ ସିଂହ (୨୪ ଓ ୫୩ ମିନିଟ) ୨ଟି ଓ ଏସ୍.ସୁନିଲ (୪୮ମିନିଟ)ରେ ୧ ଗୋଲ ଦେଇଥିଲେ।
ଆଜି ଭାରତୀୟ ମହିଳା ଟିମ୍ ଆମେରିକାକୁ ୫-୧ ଗୋଲରେ ପରାସ୍ତ କରିଥିଲା। ମହିଳା ଟିମ୍ର ଖେଳାଳି ତଥା ଓଡ଼ିଆ ଝିଅ ଲିଲିମା ମିଞ୍ଜ ମ୍ୟାଚ୍ରେ ପ୍ରଥମ ଗୋଲ (୨୮ମିନିଟ) ଦେଇଛନ୍ତି। ସେହିପିର ଭାରତ ପକ୍ଷରୁ ଗୁରୁଜିତ କୌର ୨ଟି ଗୋଲ (୪୨ ଓ ୫୧ମିନିଟ) ଦେଇଥିବା ବେଳେ ନବନୀତ କୌର (୪୬ମିନିଟ) ଓ ଶର୍ମିଲା ଦେବୀ (୪୦ ମିନିଟ) ୧-୧ ଗୋଲ ଦେଇଥିଲେ।
Follow Us