india today
ବର୍ମିଂହାମ: ଏଠାରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡାରେ ମଙ୍ଗଳବାର ଭାରତୀୟ ମହିଳା ଲନ ବଲ୍ସ ଟିମ ଜିତିଛି ଐତିହାସିକ ସ୍ବର୍ଣ୍ଣ ପଦକ। ଭାରତୀୟ ମହିଳା ଦଳ ଦକ୍ଷିଣ ଆଫ୍ରିକାକୁ ୧୭-୧୦ରେ ପରାସ୍ତ କରି ଏହି ପଦକ ଜିତିବାରେ ଗୌରବ ଅର୍ଜନ କରିଛି।
୯୨ ବର୍ଷର କ୍ରୀଡା ଇତିହାସରେ ମହିଳା ଦଳ ଏଭଳି ସଫଳତା ପାଇନଥିବାବେଳେ ୨୦୨୨ରେ ଏକାଥରକେ ସ୍ବର୍ଣ୍ଣ ପଦକ ପାଇବା ଭାରତ ପାଇଁ ଗୌରବ। ଏହି ଐତିହାସିକ ପଦକ ହାସଲ ପରେ ପ୍ରଧାନମନ୍ତ୍ରୀ ମହିଳା ଲାନ ବଲ୍ସ ଦଳକୁ ପ୍ରଶଂସା କରିଛନ୍ତି।
Follow Us