ଭୁବନେଶ୍ବର: ଚଳିତ ମାସରେ ଭୁବନେଶ୍ବରରେ ଖେଳାଯିବାକୁ ଥିବା ଭାରତୀୟ ମହିଳା ଲିଗ୍ (ଆଇଡବଲ୍ୟୁଏଲ୍) ଲାଗି ଭାରତୀୟ ମହିଳା ଫୁଟ୍ବଲ୍ ଦଳ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ଓଡ଼ିଶା ପୁଲିସ୍ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ଏପ୍ରିଲ୍ ୧୫ରୁ ମେ’ ୨୬ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଭୁବନେଶ୍ବରର ୩ଟି ଷ୍ଟାଡିୟମ୍ରେ ଖେଳାଯିବ। ୧୦ ତାରିଖରୁ ବିଭିନ୍ନ ଦଳ ଭୁବନେଶ୍ବର ଆସି ଜୈବ ବଳୟ ଭିତରେ ରହିବା ପରେ ପ୍ରତିଯୋଗିତା ଆରମ୍ଭ ହେବ। ଓଡ଼ିଶାର ଅନ୍ୟତମ ଦଳ ଭାବେ ସ୍ପୋର୍ଟସ ଓଡ଼ିଶା ଅଂଶଗ୍ରହଣ କରିବାକୁ ଯାଉଛି। ଗୀତାଞ୍ଜଳି ଖୁଣ୍ଟିଆ ଏହି ଦଳର ପ୍ରଶିକ୍ଷକ ଭାର ସମ୍ଭାଳିବା ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ୨୦୧୭-୧୮ ଋତୁ ଆଇଡବଲ୍ୟୁଏଲ୍ରେ ଓଡ଼ିଶାର ରାଇଜିଂ ଷ୍ଟୁଡେଣ୍ଟ୍ ବିଜେତା ହୋଇଥିବା ବେଳେ ଶ୍ରଦ୍ଧାଞ୍ଜଳି ଏହି ଦଳର ସହକାରୀ ପ୍ରଶିକ୍ଷକ ଥିଲେ। ଶ୍ରଦ୍ଧାଞ୍ଜଳି ମଧ୍ୟ ଜାତୀୟ ଦଳର ସହକାରୀ ପ୍ରଶିକ୍ଷକ ତଥା ଚୟନକର୍ତା ଭାବେ କାର୍ଯ୍ୟ କରି ଅଭିଜ୍ଞତା ରଖିଛନ୍ତି।
ଭାରତୀୟ ମହିଳା ଲିଗ୍: ଶ୍ରଦ୍ଧାଞ୍ଜଳି ଓଡ଼ିଶା ପୁଲିସ୍ ମୁଖ୍ୟ ପ୍ରଶିକ୍ଷକ
Advertisment
Follow Us