ଭାରତୀୟ ମହିଳାଙ୍କ ବିଜୟ ଅଭିଯାନ: ମନ୍ଧାନାଙ୍କ ଦ୍ରୁତତମ ୪୦୦୦ ରନ୍

Advertisment

ଆୟର୍ଲାଣ୍ଡ୍‌ ବିପକ୍ଷ ମହିଳା ଦିନିକିଆ ଶୃଙ୍ଖଳାରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ରାଜକୋଟର‌ ‌ସୌରାଷ୍ଟ୍ର କ୍ରିକେଟ୍‌ ସଂଘ ଷ୍ଟାଡିୟମ୍‌ରେ ‌ଶୁକ୍ରବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ଏକତରଫା ଭାବେ ୬ ୱିକେଟ୍‌ରେ ବିଜୟୀ ହୋଇଛି।

ଆୟର୍ଲାଣ୍ଡ୍‌ ବିପକ୍ଷ ମହିଳା ଦିନିକିଆ ଶୃଙ୍ଖଳାରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ରାଜକୋଟର‌ ‌ସୌରାଷ୍ଟ୍ର କ୍ରିକେଟ୍‌ ସଂଘ ଷ୍ଟାଡିୟମ୍‌ରେ ‌ଶୁକ୍ରବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ଏକତରଫା ଭାବେ ୬ ୱିକେଟ୍‌ରେ ବିଜୟୀ ହୋଇଛି।

gggdg

ରାଜକୋଟ: ଆୟର୍ଲାଣ୍ଡ୍‌ ବିପକ୍ଷ ମହିଳା ଦିନିକିଆ ଶୃଙ୍ଖଳାରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ରାଜକୋଟର‌ ‌ସୌରାଷ୍ଟ୍ର କ୍ରିକେଟ୍‌ ସଂଘ ଷ୍ଟାଡିୟମ୍‌ରେ ‌ଶୁକ୍ରବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ଏକତରଫା ଭାବେ ୬ ୱିକେଟ୍‌ରେ ବିଜୟୀ ହୋଇଛି। ଟସ୍ ଜିତି ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ୍‌ ପାଇଁ ଅଧିନାୟିକା ଗାବି ଲୁଇସ୍‌ ଓ ଲି ପଲ ଆକର୍ଷଣୀୟ ଅର୍ଦ୍ଧଶତକ କରିବାରୁ ଭ୍ରମଣକାରୀ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୩୮ ରନ୍ ସଂଗ୍ରହ କରିଥିଲା। ୧୪ତମ ଓଭର ବେଳକୁ ଆୟର୍ଲାଣ୍ଡ୍‌ ୫୬/୪ରେ ସଂଘର୍ଷ କରିଥିଲା। କିନ୍ତୁ ଗାବି ଲୁଇସ୍ ପାଳି ଗଢ଼ିବା କାମରେ ଲାଗି ପଡ଼ି ୧୨୯ ବଲ୍‌ରୁ ୯୨ ରନ୍ ସଂଗ୍ରହ‌ କରିଥିଲେ। ଲି ପଲ୍‌ (୭୩ ବଲ୍‌ରୁ ୫୯ ରନ୍)ଙ୍କ ସହ ମିଶି ପଞ୍ଚମ ୱିକେଟ୍ ଭାଗୀଦାରିରେ ୧୧୭ ରନ୍ ଯୋଡ଼ିବାରୁ ଆୟର୍ଲାଣ୍ଡ୍ ଲଢ଼ୁଆ ସ୍କୋର୍‌ କରିପାରିଥିଲା। ଲୁଇସଙ୍କୁ ଦୀପ୍ତି ଶର୍ମା ନିଜ ବୋଲିଂରେ କ୍ୟାଚ୍‌ କରିଥିବା ବେଳେ ପଲ୍‌ ରନ୍ ଆଉଟ୍ ହୋଇଯାଇଥିଲେ। ଶେଷ ଭାଗରେ ଆର୍ଲେନ୍‌ କେଲି ୨୫ ବଲ୍‌ରୁ ୨୮ ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ପ୍ରିୟା ମିଶ୍ର ସଫଳ ବୋଲର ଭାବେ ୨ ୱିକେଟ୍ ନେଇଥିବା ବେଳେ ଟିଟାସ ସିଦ୍ଧୁ, ସାୟଲୀ ଠକ୍କର, ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥ‌ିଲେ। ଜବାବରେ ଭାରତୀୟ ମହିଳା ଦଳ ୩୪.୩ ଓଭରରେ ୪ ୱିକେଟ୍ ହରାଇ ୨୪୧ ରନ୍ ସଂଗ୍ରହ‌ କରି ନେଇଥିଲା।

ସ୍ମୃତି ମନ୍ଧାନା (୨୯ ବଲ୍‌ରୁ ୪୧ ରନ୍) ଦ୍ରୁତ ଖେଳିଥିଲେ ମଧ୍ୟ ଅର୍ଦ୍ଧଶତକ ପର୍ଯ୍ୟନ୍ତ ପହଞ୍ଚିପାରି ନଥିଲେ। ଓପନିଂ ଭାଗୀଦାରିରେ ହର୍ଲିନ ଦେଓଲ (୨୦)ଙ୍କ ସହ ୭୦ ରନ୍ ଯୋଡ଼ିବା ପରେ ‌ଫ୍ରେୟା ସର୍ଜେଣ୍ଟ୍ ଏମାନଙ୍କୁ ଅଲଗା କରିଥିଲେ। ଜେମିମା ରଡ୍ରିଗ୍ବେଜ୍ (୯) ଶସ୍ତାରେ ଆଉଟ୍ ହୋଇଯିବାରୁ ଭାରତ ୧୧୬/୩ରେ ରହି ସାମାନ୍ୟ ଚାପରେ ପଡ଼ିଥିଲା। ପ୍ରତୀକା ରାୱଲ (୯୬ ବଲ୍‌ରୁ ୮୯ ରନ୍) ଏବଂ ତେଜଲ ହସବନିସ୍ (୪୬ ବଲ୍‌ରୁ ୫୩* ରନ୍) ଚତୁର୍ଥ ୱିକେଟ୍‌ ପାଇଁ ୧୧୬ ରନ୍ ଭାଗୀଦାରି କରିବାରୁ ଭାରତ ୧୫.୩ ଓଭର ପୂର୍ବରୁ ବିଜୟୀ ହୋଇ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ନିଜ ଦ୍ବିତୀୟ ଦିନିକିଆ ଅର୍ଦ୍ଧଶତକ ହାସଲ କରିଥିବା ପ୍ରତୀକା ରାୱଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଆୟର୍ଲାଣ୍ଡ୍‌ ପକ୍ଷରୁ ଆଇମୀ ମାଗ୍ବିରେ ସର୍ବାଧିକ ୩ ୱିକେଟ୍ ଅକ୍ତିଆର କରିଥିଲେ।
ଶୁକ୍ରବାରର ଏହି ମ୍ୟାଚ୍‌ ଅବସରରେ ସ୍ମୃତି ମନ୍ଧାନା ଦ୍ରୁତତମ ଭାରତୀୟ ଭାବେ ମହିଳା ଦିନିକିଆରେ ୪୦୦୦ ରନ୍ ପୂର୍ଣ୍ଣ କରିଥିଲେ। ମନ୍ଧାନା ମାତ୍ର ୯୫ ପାଳି ନେଇଥିବାବେଳେ ମିତାଲି ରାଜ (୧୧୨ ପାଳି)ଙ୍କୁ ପଛରେ ପକାଇଛନ୍ତି।

ମୁମ୍ବାଇ ବିପକ୍ଷରେ ଓଡ଼ିଶା ମହିଳାଙ୍କ ଯୁଗଳ ପରାଜୟ
ଭୁବନେଶ୍ବର: ଓଡ଼ିଶାର ଦୁଇ ମହିଳା ଦଳ ୨୩ ବର୍ଷରୁ କମ୍‌ ଟ୍ବେଣ୍ଟି-୨୦ ଓ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତାରେ ଶୁକ୍ରବାର ମୁମ୍ବାଇଠୁ ପରାସ୍ତ ହୋଇଛି। ୨୩ ବର୍ଷରୁ କମ୍‌ ଦଳ ୩ ରନ୍‌ରେ ଏବଂ ୧୯ ବର୍ଷରୁ କମ୍‌ ଦଳ ୮୩ ରନ୍‌ରେ ହାରିଛି। ୨୩ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି-୨୦ରେ ମୁମ୍ବାଇ ୧୯.୫ ଓଭରରେ ୧୦୦ କରିଥିଲା। ବିଜୟୀ ଦଳର ମାନସୀ ୩୪ ରନ୍‌ କରିଥିଲେ। ଓଡ଼ିଶା ପକ୍ଷରୁ ଜିଏମ୍‌ ଅଳକାନନ୍ଦ‌ା ୩ ଓ ଶୁଭ୍ରା ନିର୍ଝରିଣୀ ସ୍ବାଇଁ ୨ ୱିକେଟ୍‌ ପାଇଥିଲେ। ଜବାବରେ ଅଳକାନନ୍ଦାଙ୍କ ୩୩* ଓ ତନ୍ମୟୀ ବେହେରା ୨୦ ରନ୍‌ ବଳରେ ଓଡ଼ିଶା ୩ ୱିକେଟ୍‌ ହରାଇ ୯୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ୧୯ ବର୍ଷରୁ କମ୍‌ ମହିଳା ଦିନିକିଆରେ ମୁମ୍ବାଇ ୪୮.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୦୦ ରନ୍‌ କରିଥିଲା। ଜୀୟା ମାଣ୍ଡରୱାଦକର (୫୩) ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ଓଡ଼ିଶାର ଏସ୍‌ବି ଲରେନ୍ସ ୩ ଓ ପ୍ରାର୍ଥନା ପ୍ରତିଶ୍ରୁତି ୨ ୱିକେଟ୍‌ ନେଇଥିଲେ। ଜବାବରେ ଓଡ଼ିଶା ୪୩.୫ ଓଭରରେ ୧୧୭ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା। ଓଡ଼ିଶା ପକ୍ଷରୁ ଆଞ୍ଜେଲ ରାଜ ୩୦ ଓ ବିଜୟା ଏଲ୍‌ ବେହେରା ୨୫ ରନ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe