ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଥିବା ଜଣେ ଭାରତୀୟ କୁସ୍ତିଯୋଦ୍ଧାଙ୍କୁ ଅଷ୍ଟ୍ରେଲୀୟ ପୁଲିସ ଜେରା କରିଛି। ଏହି କୁସ୍ତି ତାରକା ଜଣକ ନିଜ ପରିଚୟପତ୍ରର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ସେ ନିଜ ଲଢ଼େଇ ବେଳେ ସାଙ୍ଗକୁ କୁସ୍ତି ଆଖଡ଼ାକୁ ଯିବା ଲାଗି ପରିଚୟପତ୍ର ପ୍ରଦାନ କରିଥିଲେ। ଆୟୋଜକ ଏହା ଜାଣିବାରେ ପରେ ତାଙ୍କୁ କଡ଼ା ଚେତାବନୀ ଦିଆଯାଇଥିଲା। ଏପରିକି ଆୟୋଜକ ପକ୍ଷରୁ ତାଙ୍କ ବିରୋଧରେ ଅଷ୍ଟ୍ରେଲୀୟ ପୁଲିସ ନିକଟରେ ଅଭିଯୋଗ କରାଯାଇଥିଲା। ଭାରତୀୟ ଅଲିମ୍ପିକ୍ସ ସଂଘର ଅଧିକାରୀଙ୍କ ହସ୍ତକ୍ଷପ ପରେ ଯାଇ ମାମଲାର ସମାଧାନ ହୋଇଥିଲା।
ଭାରତୀୟ କୁସ୍ତିବିତ୍ଙ୍କୁ ଜେରା
Advertisment
Follow Us