ଏଫ୍‌ଆଇଏଚ୍ ପୁରସ୍କାରରେ ଭାରତୀୟଙ୍କ ଦବ୍‌ଦବା: ହର୍ମନପ୍ରୀତ୍‌, ଶ୍ରୀଜେଶ ଶ୍ରେଷ୍ଠ

Advertisment

ଭାରତୀୟ ହକି ଦଳର ପ୍ରତିଭାବାନ ଅଧିନାୟକ ହର୍ମନପ୍ରୀତ୍‌ ସିଂହ ଏବଂ ଅବସରପ୍ରାପ୍ତ  ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେଶ ତୃତୀୟ ଥର ଲାଗି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍)ର ଶ୍ରେଷ୍ଠ ଖେଳାଳି ଓ ଶ୍ରେଷ୍ଠ ଗୋଲ୍‌ରକ୍ଷକ ପୁରସ୍କାର ଲାଭ କରିଛନ୍ତି।

ଭାରତୀୟ ହକି ଦଳର ପ୍ରତିଭାବାନ ଅଧିନାୟକ ହର୍ମନପ୍ରୀତ୍‌ ସିଂହ ଏବଂ ଅବସରପ୍ରାପ୍ତ  ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେଶ ତୃତୀୟ ଥର ଲାଗି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍)ର ଶ୍ରେଷ୍ଠ ଖେଳାଳି ଓ ଶ୍ରେଷ୍ଠ ଗୋଲ୍‌ରକ୍ଷକ ପୁରସ୍କାର ଲାଭ କରିଛନ୍ତି।

hjglggljlgjglj

ମସ୍କଟ: ଭାରତୀୟ ହକି ଦଳର ପ୍ରତିଭାବାନ ଅଧିନାୟକ ହର୍ମନପ୍ରୀତ୍‌ ସିଂହ ଏବଂ ଅବସରପ୍ରାପ୍ତ  ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେଶ ତୃତୀୟ ଥର ଲାଗି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍)ର ଶ୍ରେଷ୍ଠ ଖେଳାଳି ଓ ଶ୍ରେଷ୍ଠ ଗୋଲ୍‌ରକ୍ଷକ ପୁରସ୍କାର ଲାଭ କରିଛନ୍ତି। ଓମାନର ମସ୍କଟଠାରେ ଶୁକ୍ରବାର ଅନୁଷ୍ଠିତ ଏଫ୍‌ଆଇଏଚ୍‌ର ୪୯ତମ ବୈଧାନିକ ପ୍ରତିନିଧି ସଭାରେ ଉଭୟ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରି ଭାରତୀୟ ହକି ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। 

ଏହା ପୂର୍ବରୁ ୨୮ବର୍ଷୀୟ ହର୍ମନପ୍ରୀତ୍ ୨୦୨୦-୨୧, ୨୦୨୧-୨୨ରେ ଲଗାତାର ଦୁଇ ବର୍ଷ ଏଫ୍‌ଆଇଏଚ୍‌ର ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ସେହିଭଳି ଭାରତର ପ୍ୟାରିସ୍ ଅଲିମ୍ପିକ୍ସ ସଫଳତାର ଅନ୍ୟତମ ନାୟକ ଶ୍ରୀଜେଶ ଦୁଇଟି ଅଲିମ୍ପିକ୍ସ ପଦକ ଜିତିଥିବା ହାତଗଣତି ଖେଳାଳିଙ୍କ ମଧ୍ୟରେ ସାମିଲ ହେବା ସହ ଅବସର ବର୍ଷରେ ଶ୍ରେଷ୍ଠ ଗୋଲ୍ ରକ୍ଷକ ପୁରସ୍କାର ପାଇଛନ୍ତି। ଶ୍ରୀଜେଶ ମଧ୍ୟ ଅନୁରୂପ ଭାବେ ୨୦୨୦-୨୧ ଓ ୨୦୨୧-୨୨ରେ ଏଫ୍‌ଆଇଏଚ୍ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିଲେ। ଅନ୍ୟପକ୍ଷରେ ପାକିସ୍ତାନର ସୁଫିୟାନ ଖାନ୍ ଶ୍ରେଷ୍ଠ ଉଦୀୟମାନ ‌ଖେଳାଳି, ନେଦରଲାଣ୍ଡ୍‌ସର ଜେରୋନ ଡେଲମି ଶ୍ରେଷ୍ଠ ଗୋଲ୍‌ରକ୍ଷକ ପୁରସ୍କାର ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe