ମସ୍କାଟ (ଓମାନ): ପଞ୍ଚମ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତ ବିଜୟ ଧାରାକୁ ଫେରିଛି। ବୁଧବାର ଭାରତୀୟ ହକି ଦଳ ୩-୧ ଗୋଲ୍ରେ ଦକ୍ଷିଣ କୋରିଆକୁ ହରାଇ ଦେଇଛି। ପ୍ରଥମ ତିନିଟି ମ୍ୟାଚ୍ ଜିତି ହ୍ୟାଟ୍ରିକ୍ କରିଥିବା ଭାରତ ମଙ୍ଗଳବାରର ମାଲେସିଆ ବିପକ୍ଷ ମ୍ୟାଚ୍କୁ ଅପ୍ରତ୍ୟାଶିତ ଭାବେ ଅମୀମାଂସିତ ରଖିଥିଲା। ବୁଧବାର କିନ୍ତୁ ନିଜ ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ଆଣି ଚତୁର୍ଥ ବିଜୟ ହାସଲ କରିଥିଲା। ଏଥିସହିତ ଭାରତ ଲିଗ୍ ପର୍ଯ୍ୟୟର ପାଞ୍ଚ ମ୍ୟାଚ୍ ମଧ୍ୟରୁ ଚାରିଟି ବିଜୟ ଏବଂ ଗୋଟିଏ ଅମୀମାଂସିତ ସହ ମୋଟ ୧୩ ପଏଣ୍ଟ ଅର୍ଜନ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ବୁଧବାର ଭାରତ ପଞ୍ଚମ ମିନିଟ୍ରେ ହରଭନପ୍ରୀତ ସିଂହଙ୍କ ପେନାଲ୍ଟି କର୍ନର ଗୋଲ୍ ବଳରେ ଆଗୁଆ ହୋଇ ଯାଇଥିଲା। ଗୁରଜାନ୍ତ ସିଂହ ଏକ ସୁନ୍ଦର ଫିଲ୍ଡ ଗୋଲ୍ରେ ଯାହାକୁ ଦଶକ ମିନିଟ୍ରେ ୨-୦ କରି ଦେଇଥିଲେ। ପ୍ରଥମ କ୍ବାର୍ଟରରେ ଭାରତ ୨-୦ରେ ଆଗୁଆ ରହିବା ପରେ ଦ୍ବିତୀୟ କ୍ବାର୍ଟର ପଞ୍ଚମ ଅର୍ଥାତ୍ ୨୦ ତମ ମିନିଟରେ କୋରିଆ ସେଥିମଧ୍ୟରୁ ଗୋଟିଏ ଗୋଲ୍ ଶୁଝି ଦେଇଥିଲା। ଅଧିନାୟକ ଲି’ ସିଉନଗିଲ ଏହି ଫିଲ୍ଡ ଗୋଲ୍କୁ ଦେଇଥିଲେ। ତୃତୀୟ କ୍ବାର୍ଟର ଗୋଲ୍ ଶୂନ୍ୟ ରହିବା ପରେ ଚତୁର୍ଥ କ୍ବାର୍ଟରରେ ଆଉ ଏକ ଗୋଲ୍ ଦେଇ ଭାରତ ୩-୧ରେ ବିଜୟ ମୁଣ୍ଡି ମାରିଥିଲା। ତୃତୀୟ ଗୋଲ୍ଟିକୁ ସେହି ହରମନପ୍ରୀତ ପେନାଲ୍ଟିକୁ ଗୋଲ୍ରେ ରୂପାନ୍ତର କରି ଅମଳ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us