ଭାରତର ସର୍ବକାଳୀନ ପାରାଲିମ୍ପିକ୍ସ ରେକର୍ଡ

Advertisment

ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଭାରତ ମଙ୍ଗଳବାର ଦୁଇଟି ରେକର୍ଡ କରିଛି। ଭାରତର ମୋଟ ପଦକ ସଂଖ୍ୟା ୨୧ରେ ପହଞ୍ଚିଛି। ଭାରତର ‌ପଦକ ସଂଖ୍ୟାରେ ଏହା ସର୍ବକାଳୀନ ରେକର୍ଡ ହୋଇପାରିଛି।

ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଭାରତ ମଙ୍ଗଳବାର ଦୁଇଟି ରେକର୍ଡ କରିଛି। ଭାରତର ମୋଟ ପଦକ ସଂଖ୍ୟା ୨୧ରେ ପହଞ୍ଚିଛି। ଭାରତର ‌ପଦକ ସଂଖ୍ୟାରେ ଏହା ସର୍ବକାଳୀନ ରେକର୍ଡ ହୋଇପାରିଛି।

czczsss

ପ୍ୟାରିସ୍‌: ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଭାରତ ମଙ୍ଗଳବାର ଦୁଇଟି ରେକର୍ଡ କରିଛି। ଭାରତର ମୋଟ ପଦକ ସଂଖ୍ୟା ୨୧ରେ ପହଞ୍ଚିଛି। ଭାରତର ‌ପଦକ ସଂଖ୍ୟାରେ ଏହା ସର୍ବକାଳୀନ ରେକର୍ଡ ହୋଇପାରିଛି। ଗତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ମୋଟ ୧୯ ପଦକ ଜିତିଥିଲା। ଏଥର ପାଖାପାଖି ୨୫ ପଦକ ଆସିବା ପାଇଁ ଭାରତୀୟ ପାରାଲିମ୍ପିକ୍ସ ସମିତି (ପିସିଆଇ) ଯେଉଁ ଦାବି ରଖିଥିଲା, ଏବେ ତାହାର ନିକଟତର ହୋଇପାରିଛି। ମଙ୍ଗଳବାର ଭାରତୀୟ କ୍ରୀଡ଼ାବିତ୍‌ମାନେ ୫ ପଦକ ଜିତିଛନ୍ତି। ଯାହାମଧ୍ୟରେ ୨ ରୌପ୍ୟ ଓ ୩ କାଂସ୍ୟ ପଦକ ରହିଛି।

ଦିନର ପ୍ରଥମ ପଦକ ମହିଳା ୪୦୦ ମିଟର୍ ‌(ଟି୨୦) ଦୌଡ଼ରୁ ଆସିଥିଲା। ଦୀପ୍ତି ଜୀବନଜୀ ପଦାର୍ପଣ ପାରାଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲେ। ପୁରୁଷ ଉଚ୍ଚଡିଆଁ (ଟି୬୩)ରେ ଶରଦ କୁମାର ୧.୮୮ ମିଟର ସହ ପାରାଲିମ୍ପିକ୍ସ କୀର୍ତ୍ତିମାନ ସ୍ଥାପନ କରି ରୌପ୍ୟ ପଦକ ଜିତିଛନ୍ତି। ମାରିୟାପାନ୍‌ ଥଙ୍ଗାଭେଲୁ ୧.୮୫ ମିଟର ପ୍ରଦର୍ଶନ ଦେଇ କାଂସ୍ୟ ପଦକ ପାଇଥିବା ବେଳେ ଅନ୍ୟତମ ଭାରତୀୟ ଶୈଳେଶ କୁମାର (୧.୮୫) ଚତୁର୍ଥ ସ୍ଥାନରେ ରହିଛନ୍ତି। ସେହିପରି ପୁରୁଷ ଜାଭଲିନ୍‌ (ଏଫ୍‌୪୬) ରେ ଅଜୀତ ସିଂହ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୬୫.୬୨ ମିଟର) ଦେବା ସହ ରୌପ୍ୟ ଓ ସୁନ୍ଦର ସିଂହ ଗୁରଜାର ୬୪.୯୬ ମିଟର ଥ୍ରୋ କରି କାଂସ୍ୟ ପଦକ ପାଇଥିଲେ। ରିଙ୍କୁ (୬୧.୫୮ ମିଟର) ପଞ୍ଚମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe