ବେଜିଂ ଶୀତକାଳୀନ ଅଲିମ୍ପିକ୍ସରୁ ଭାରତର ଅଭିଯାନ ଶେଷ: ସ୍ଲାଲୋମ୍‌ରେ ରେସ୍‌ ଶେଷ କରିପାରିଲେନି ଆରିଫ୍‌

Advertisment
ବେଜିଂ ଶୀତକାଳୀନ ଅଲିମ୍ପିକ୍ସରୁ ଭାରତର ଅଭିଯାନ ଶେଷ: ସ୍ଲାଲୋମ୍‌ରେ ରେସ୍‌ ଶେଷ କରିପାରିଲେନି ଆରିଫ୍‌

The Japan Times

ବେଜିଂ  ବେଜିଂ ଶୀତକାଳୀନ ଅଲିମ୍ପିକ୍ସରୁ ଭାରତର ଅଭିଯାନ ଶେଷ ହୋଇଛି। ଭାରତୀୟ ଆଲ୍‌ପାଇନ୍‌ ସ୍କିଅର ଆରିଫ ଖାନ୍‌ ବୁଧବାର ପୁରୁଷ ସ୍ଲାଲୋମ ଇଭେଣ୍ଟ୍‌କୁ ଶେଷ କରିବାରେ ବିଫଳ ହୋଇଥିଲେ। ଏଥି ସହିତ ତାଙ୍କ ଅଲିମ୍ପିକ୍ସ ଅଭିଯାନ ସେହିଠାରେ ହିଁ ଶେଷ ହୋଇଥିଲା। ୟାକିଂ ନ୍ୟାସ୍‌ନାଲ୍‌ ଆଲ୍‌ପାଇନ୍‌ ସ୍କିଂ କେନ୍ଦ୍ରରେ ‌ଆୟୋଜିତ ଏହି ଇଭେଣ୍ଟ୍‌ର ପ୍ରଥମ ଦୌଡ଼କୁ ଶେ‌ଷ କରିପାରିନଥିଲେ ଆରିଫ। ‌ଏହା ପରେ ସେ ଦ୍ବିତୀୟ ଦୌଡ଼ରେ ଆଉ ଭାଗ ନେଇନଥିଲେ। ରବିବାର ସେ ପୁରୁଷ ଜିଆଣ୍ଟ ସ୍ଲାଲୋମ ଇଭେଣ୍ଟ୍‌ରେ ୪୫ତମ ସ୍ଥାନରେ ରହି ପଦକଠୁ ବହୁ ଦୂରରେ ରହିଥିଲେ। ସୂଚନାଯୋଗ୍ୟ ଯେ ଏକମାତ୍ର ଭ‌ାରତୀୟ ଭାବେ ଆରିଫ୍‌ ଏହି ଅଲିମ୍ପିକ୍‌ରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe