୨୦୨୫ରେ ଇଂଲଣ୍ଡ ବିପକ୍ଷରେ ୫ଟିକିଆ ଟେଷ୍ଟ ସିରିଜ ଖେଳିବ ଟିମ୍ ଇଣ୍ଡିଆ

Advertisment
୨୦୨୫ରେ ଇଂଲଣ୍ଡ ବିପକ୍ଷରେ ୫ଟିକିଆ ଟେଷ୍ଟ ସିରିଜ ଖେଳିବ ଟିମ୍ ଇଣ୍ଡିଆ

ମୁମ୍ବାଇ: ଭାରତୀୟ ଦଳ ଚଳିତ ବର୍ଷ ନ୍ୟୁଜିଲାଣ୍ଡ, ବାଂଲାଦେଶ ଓ ଅଷ୍ଟ୍ରେଲିଆ ବିପକ୍ଷରେ ମୋଟ ୧୦ଟି ଟେଷ୍ଟ ମ୍ୟାଚ୍ ଖେଳିବ। କିନ୍ତୁ ଏବେ ବିସିସିଆଇ ଟୁଇଟ୍ କରି ଘୋଷଣା କରିଛି ଯେ ଭାରତୀୟ ଦଳ ଆସନ୍ତା ବର୍ଷ ଇଂଲଣ୍ଡ ଗସ୍ତ କରିବ। ଯେଉଁଠାରେ ଟିମ ୫ଟି ଟେଷ୍ଟ ମ୍ୟାଚର ସିରିଜ୍ ଖେଳିବ। ଏହି ସିରିଜ୍ ଆସନ୍ତା ବର୍ଷ ଜୁନ୍ ଓ ଜୁଲାଇ ମାସରେ ଅନୁଷ୍ଠିତ ହେବ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଗତ ଟେଷ୍ଟ ସିରିଜ ୨-୨ ଗୋଲରେ ଡ୍ର ରହିଥିଲା। ଏହାପରେ ଚଳିତ ବର୍ଷ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷ ସିରିଜକୁ ଟିମ୍ ଇଣ୍ଡିଆ ୪-୧ରେ ଜିତି ନେଇଥିଲା।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ବର୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଜୁନ୍ ୨୦ତାରିଖରେ ହେଡିଙ୍ଗ୍ଲେରେ ଖେଳାଯିବ। ଏହାପରେ ଦ୍ୱିତୀୟ ମ୍ୟାଚ୍ ଜୁଲାଇ ୨ରୁ ବର୍ମିଂହାମରେ ଏବଂ ତୃତୀୟ ମ୍ୟାଚ୍ ଜୁଲାଇ ୧୦ରୁ ଲର୍ଡସ ଗ୍ରାଉଣ୍ଡରେ ଖେଳାଯିବ। ଚତୁର୍ଥ ଟେଷ୍ଟ ଜୁଲାଇ ୨୩ରୁ ମାଞ୍ଚେଷ୍ଟରରେ ଏବଂ ପଞ୍ଚମ ଟେଷ୍ଟ ମ୍ୟାଚ୍ ଜୁଲାଇ ୩୧ରୁ ଲଣ୍ଡନରେ ଖେଳାଯିବ।

ଇସିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ରିଚାର୍ଡ ଗୋଲ୍ଡ କହିଛନ୍ତି, ଭାରତ ଗସ୍ତ ସବୁବେଳେ ଏକ ବଡ଼ ଆହ୍ବାନ ସଦୃଶ ଏବଂ ଯେକୌଣସି କ୍ରିକେଟ୍ ଗ୍ରୀଷ୍ମଋତୁର ଆକର୍ଷଣ ହୋଇଥାଏ। ଏଠାରେ ଗତ ପୁରୁଷ ଟେଷ୍ଟ ସିରିଜ୍ ରୋମାଞ୍ଚକର ଥିଲା ଏବଂ ମୁଁ ନିଶ୍ଚିତ ଯେ ଆସନ୍ତା ବର୍ଷର ମୁକାବିଲା ମଧ୍ୟ ସମାନ ରୋମାଞ୍ଚକର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe