ଭାରତର ଲଗାତାର ଚତୁର୍ଥ ବିଜୟ, ୨୦୦ ଗୋଲ୍‌ କ୍ଲବ୍‌ରେ ହର୍ମନପ୍ରୀତ

Advertisment

ଚୀନ୍‌ର ହୁଲୁନବୁଇରଠାରେ ଚାଲିଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତର ବିଜୟ ଅଭିଯାନ ଜାରି ରହିଛି। ଗତଥରର ବିଜେତା ଭାରତ ଗୁରୁବାର କୋରିଆକୁ ୩-୧ ଗୋଲ୍‌ରେ ପରାସ୍ତ କରି ଏହି ସମ୍ମାନଜନକ ପ୍ରତିଯୋଗିତାରେ ଲଗାତାର ଚତୁର୍ଥ ବିଜୟ ହାସଲ କରିବା ସହ ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନ ବଜାୟ ରଖିଛି।

ଚୀନ୍‌ର ହୁଲୁନବୁଇରଠାରେ ଚାଲିଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତର ବିଜୟ ଅଭିଯାନ ଜାରି ରହିଛି। ଗତଥରର ବିଜେତା ଭାରତ ଗୁରୁବାର କୋରିଆକୁ ୩-୧ ଗୋଲ୍‌ରେ ପରାସ୍ତ କରି ଏହି ସମ୍ମାନଜନକ ପ୍ରତିଯୋଗିତାରେ ଲଗାତାର ଚତୁର୍ଥ ବିଜୟ ହାସଲ କରିବା ସହ ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନ ବଜାୟ ରଖିଛି।

dgjgdgdjyy

ହୁଲୁନବୁଇର: ଚୀନ୍‌ର ହୁଲୁନବୁଇରଠାରେ ଚାଲିଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତର ବିଜୟ ଅଭିଯାନ ଜାରି ରହିଛି। ଗତଥରର ବିଜେତା ଭାରତ ଗୁରୁବାର କୋରିଆକୁ ୩-୧ ଗୋଲ୍‌ରେ ପରାସ୍ତ କରି ଏହି ସମ୍ମାନଜନକ ପ୍ରତିଯୋଗିତାରେ ଲଗାତାର ଚତୁର୍ଥ ବିଜୟ ହାସଲ କରିବା ସହ ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନ ବଜାୟ ରଖିଛି। ଏହା ପୂର୍ବରୁ ଭାରତ ଆୟୋଜକ ଚୀନକୁ ୩-୦, ଜାପାନକୁ ୫-୦ ଏବଂ ମାଲେସିଆକୁ ୮-୧ ଗୋଲ୍‌ରେ ହରାଇ ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। 

ଆଜିର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତର ଯୁବ ତାରକା ଅରାଇଜିତ ସିଂହ ହୁଣ୍ଡାଲଙ୍କ ଅଷ୍ଟମ ମିନିଟ୍ ଗୋଲ୍ ବଳରେ ଆଗୁଆ ହୋଇଥିଲା। ଗୋଟିଏ ମିନିଟ୍ ପରେ ଅଧିନାୟକ ହର୍ମନପ୍ରୀତ ସିଂହ ଆଉ ଏକ ଚମତ୍କାର ଗୋଲ୍ ଦେଇ ସ୍ଥିତି ୨-୦ କରି ନେଇଥିଲେ। ୩୦ତମ ମିନିଟ୍‌ରେ ‌କୋରିଆ ଜିହୁନ ୟାଙ୍ଗଙ୍କ ପେନାଲ୍ଟି କର୍ଣ୍ଣର ଗୋଲ୍‌ ବଳରେ ଏହି ବ୍ୟବଧାନକୁ ୨-୧କୁ କମାଇ ଆଣିଥିଲା। ତେବେ ଚତୁର୍ଥ କ୍ବାର୍ଟର ଆରମ୍ଭ ହେବାର ୨ ମିନିଟ୍ ପୂର୍ବରୁ ହର୍ମନପ୍ରୀତ ବ୍ୟକ୍ତିଗତ ଭାବେ ଦ୍ବିତୀୟ ଏବଂ ମ୍ୟାଚ୍‌ର ଚତୁର୍ଥ ଗୋଲ୍ ଦେଇ ଭାରତର ବିଜୟକୁ ପକ୍କା କରି ନେଇଥିଲେ। ଭାରତ ତା’ର ଶେଷ ଲିଗ୍‌ ମ୍ୟାଚ୍‌ରେ ଶନିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ। ରାଉଣ୍ଡ୍‌ ରବିନ ପଦ୍ଧତିରେ ଖେଳାଯାଉଥିବା ଏହି ୬ଦଳିଆ ପ୍ରତିଯୋଗିତାର ଶୀର୍ଷ ୪ଦଳ ସେମିଫାଇନାଲ୍ ଖେଳିବେ। ଭାରତ ଏହି ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରି ନେଇଥିବାରୁ ଅବଶିଷ୍ଟ ୩ ସ୍ଥାନ ଦୌଡ଼ରେ ୫ଟି ଦଳ ରହିଛନ୍ତି। ଫାଇନାଲ୍ ରବିବାର ଖେଳାଯିବ।

୨୦୦ ଗୋଲ୍‌ କ୍ଲବ୍‌ରେ ହର୍ମନପ୍ରୀତ
ଭାରତୀୟ ହକି ଦଳର ଅଧିନାୟକ ହର୍ମନପ୍ରୀତ ସିଂହ ଗୁରୁବାର ୨୦୦ ଗୋଲ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଦକ୍ଷିଣ କୋରିଆ ବିପକ୍ଷ ଏସିଆନ୍‌ ଚାମ୍ପିଅନ୍ସ ହକିରେ ସେ ୨ଟି ଗୋଲ୍‌ ଦେଇ ଏହି ମାଇଲ୍‌ଖୁଣ୍ଟ ‌ଡେଇଁଥିଲେ। ଏଥି ସହ ସେ ନିଜ ଗୋଲ୍‌ ସଂଖ୍ୟାକୁ ୨୦୧*ରେ ପହଞ୍ଚାଇଛନ୍ତି। ୨୦୦ ଗୋଲ୍‌ ଲାଗି ହକି ଇଣ୍ଡିଆ ତାଙ୍କୁ ଶୁଭେଚ୍ଛା ଜଣାଇଛି। ହର୍ମନପ୍ରୀତଙ୍କ ନେତୃତ୍ବରେ ଭାରତ ପ୍ୟାରିସ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲା। ଏବେ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ବଜାୟ ରଖିବା ଲକ୍ଷ୍ୟରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe