ଭାରତୀୟ ବ୍ୟାଟି˚ କ୍ରମରେ ନମନୀୟତା ରହିଛି

Advertisment

ଭିଭିଏସ୍‌ ଲକ୍ଷ୍ମଣ

ଭିଭିଏସ୍‌ ଲକ୍ଷ୍ମଣ

ଇଣ୍ଡିଜ୍ ଖେଳାଳି ବିରାଟଙ୍କଠୁ ଶିକ୍ଷା ନିଅନ୍ତୁ

ତିନି କଷ୍ଟସାଧୢ ବିରୋଧୀଙ୍କ ବିପକ୍ଷରେ ଖେଳିବା ପରେ ଭାରତ ଏକ ସହଜ ମ୍ୟାଚ ଖେଳିବା ପାଇଁ ପ୍ରସ୍ତୁତ ହୋଇଛି। କିନ୍ତୁ ମୁଁ ଜାଣିଛି ଯେ, ପୂର୍ବ ମ୍ୟାଚ୍‌ଗୁଡ଼ିକ ଭଳି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତ ସେଭଳି ଚିନ୍ତାଧାରା ନେଇ ଖେଳିବ ନାହିଁ। କାହା ବିପକ୍ଷରେ ଖେଳୁଛନ୍ତି, ତାହାକୁ ଚିନ୍ତା କରିବା ଅପେକ୍ଷା ଭାରତ ଏବେ ନିଜ ଖେଳ ପ୍ରତି ଅଧିକ ଧ୍ୟାନ ଦେଉଛି। ତେଣୁ ଦୁଇ ଦଳ ମଧ୍ୟରେ ମାନ୍ୟତା ଓ ଅଭିଜ୍ଞତାକୁ ନେଇ ଫରକ ରହିଥିଲେ ସୁଦ୍ଧା, ସେମାନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ।

ଏହି ମ୍ୟାଚ୍‌ରେ ଶିଖର ଧାଵନଙ୍କ ଅନୁପସ୍ଥିତିକୁ ଭାରତ ନିଶ୍ଚିତ ଭାବେ ଅନୁଭବ କରିବ। ମୋର ତାଙ୍କ ପ୍ରତି ସର୍ବଦା ସମର୍ଥନ ରହିଛି। ୫୦ ଓଭର କ୍ୟାଲେଣ୍ଡରରେ ବିଶ୍ବକପ୍‌ ଏକ ବଡ଼ ପ୍ରତିଯୋଗିତା ଏବ˚ ପ୍ରତ୍ୟେକ ୪ ବର୍ଷରେ ଥରେ ଖେଳାଯାଉଛି। ତେଣୁ କ୍ରିକେଟରମାନେ ଏଭଳି ଏକ ବୃହତ୍‌ ମଞ୍ଚ ପାଇଁ ନିଜକୁ ସର୍ବଦା ପ୍ରସ୍ତୁତ ରଖିବା ଦରକାର ଏବ˚ ନିଜ ଦେଶକୁ ବିଜୟୀ ପଥରେ ଆଗେଇ ନେବାରେ ସହଯୋଗ କରିବା ଆବଶ୍ୟକ। ଶିଖର ମଧ୍ୟ ଆହତ ସତ୍ତ୍ବେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ଅର୍ଜନ କରି ତାହାର ପ୍ରମାଣ ଦେଇଛନ୍ତି। ତାଙ୍କର ଆହତ ଓ ପ୍ରତିଯୋଗିତାରୁ ବାଦ୍‌ ପଡ଼ିବା ଘଟଣା ଭାରତ ପାଇଁ ଏକ ବଡ଼ କ୍ଷତି। ଶିଖରଙ୍କର ଏହି ଦୁର୍ଭାଗ୍ୟଜନକ ସ୍ଥିତି ଲୋକେଶ ରାହୁଲଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଦେଇଛି। ଶିଖରଙ୍କ ସହିତ ରୋହିତ ଶର୍ମା ପ୍ରାରମ୍ଭିକ ଭାଗୀଦାରିରେ ଚମତ୍କାର ପ୍ରଦର୍ଶନ ଦେଇଛନ୍ତି। ହେଲେ ଏବେ ସେ ଏହି ସମୟକୁ ହରାଇ ସାରିଛନ୍ତି। ମଧ୍ୟକ୍ରମରେ ରାହୁଲଙ୍କୁ କିଛି ସମୟ ପାଇଁ ଖେଳିବାକୁ ସୁଯୋଗ ମିଳିଛି। ବର୍ତ୍ତମାନ ପ୍ରତିଯୋଗିତାର ବଳକା ମ୍ୟାଚ୍‌ଗୁଡ଼ିକରେ ତାଙ୍କର ପସନ୍ଦିତା ପ୍ରାରମ୍ଭିକ ସ୍ଥାନରେ ସେ ସୁଯୋଗ ପାଇଥିବା ବେଳେ, ସେ ଏହାର କିପରି ଫାଇଦା ଉଠାଇପାରିବେ ତାହା କରି ଦେଖାଇବା ସମୟ ଆସିଛି। ପାକିସ୍ତାନ ବିପକ୍ଷରେ ହାସଲ କରିଥିବା ଅର୍ଧଶତକରୁ ସେ ଅନେକ ପ୍ରଶ˚ସା ସାଉଁଟିଛନ୍ତି। ବିଶ୍ବକପ୍‌ ଶେଷ ହେବା ପୂର୍ବରୁ ତାଙ୍କଠୁ ଆହୁରି ଅଧିକ ପ୍ରଭାବଶାଳୀ ପାଳି ଦେଖିବାକୁ ଆଶା କରୁଛି।

ଭୁବନେଶ୍ବର କୁମାରଙ୍କ ଆହତ ମଧ୍ୟ ଭାରତ ପାଇଁ ଆଉ ଏକ ସମସ୍ୟା ପାଲଟିଛି। କିନ୍ତୁ ମୁଁ ଭାବୁଛି ଯେ, ମ୍ୟାଚ୍‌ ପୂର୍ବରୁ ସେ ଶତପ୍ରତିଶତ ସୁସ୍ଥ ହୋଇଯାଇଥିବେ। ତଥାପି ମହମ୍ମଦ ସାମି ଜଣେ ଭଲ ବିକଳ୍ପ ହେବେ। କେବଳ ଯେ, ଭୁବନେଶ୍ବରଙ୍କୁ ମା˚ସପେଶୀ ମଜବୁତ କରିବାକୁ ଏହା କିଛି ଦିନ ସମୟ ଦେବ ତାହା ନୁହେଁ, ବର˚ ଫିଟ୍‌ ଥିବା ସାମିଙ୍କୁ ଭାରତୀୟ ଏକାଦଶରେ ସ୍ଥାନ ମିଳିପାରିବ। ଏହିପରିଭାବେ ବିଜୟ ଶଙ୍କର ଓ କେଦାର ଯାଦବ ମଧ୍ୟ ବ୍ୟାଟି˚ ପାଇଁ ଅଧିକ ସମୟ ପାଇପାରିବେ। ବର୍ତ୍ତମାନ ଭାରତର ବ୍ୟାଟି˚ କ୍ରମରେ ନମନୀୟତା ରହିଛି। ହାର୍ଦିକ ପାଣ୍ତ୍ୟାଙ୍କୁ ଗତ ଦୁଇଟି ମ୍ୟାଚରେ ୪ ନମ୍ବରରେ ସୁଯୋଗ ଦିଆଯାଇ ଏହି କ୍ରମକୁ ଅଧିକ ମଜବୁତି ମିଳିପାରିଛି। ଅନ୍ୟପକ୍ଷରେ ସାମି, ବିଜୟ ଓ କେଦାର ଏହି ପ୍ରତିଦ୍ବନ୍ଦ୍ବିତାର ମଧ୍ୟଭାଗରେ କିଛି ସମୟ ବିତାଇବାକୁ ସୁଯୋଗ ପାଇବେ। ତେବେ ଇ˚ଲଣ୍ଡଠୁ ଶୋଚନୀୟ ପରାଜୟ ପରେ ଆଫଗାନିସ୍ତାନ ଓ ବିଶେଷକରି ରସିଦ ଖାନ୍‌ଙ୍କଠୁ ଭଲ ପ୍ରତ୍ୟାବର୍ତ୍ତନ ଆଶା କରୁଛି। ସେମାନେ ଭାରତ ଭଳି ଏକ ଦଳ ବିପକ୍ଷରେ ପରାଜୟ ଏଡ଼ାଇବାକୁ ହେଲେ ନିଶ୍ଚିତ ଭାବେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe