ରାଉରକେଲା: ଘରୋଇ ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଚାଲିଥିବା ପ୍ରୋ-ଲିଗ୍ରେ ଭାରତୀୟ ଦଳ କ୍ରମାଗତ ଦ୍ବିତୀୟ ପରାଜୟ ଭୋଗିଛି। ପ୍ରଥମ ମ୍ୟାଚ୍ରେ ବେଲଜିୟମ୍ଠାରୁ ହାରିଥିବା ଭାରତ ଗୁରୁବାର ଆର୍ଜେଣ୍ଟିନାଠାରୁ ୦-୮ ଗୋଲ୍ରେ ଲଜ୍ଜାଜନକ ପରାଜୟ ବରଣ କରିଛି। ଅନ୍ୟପକ୍ଷରେ ଭାରତ ବିପକ୍ଷରେ ଏହା ଆର୍ଜେଣ୍ଟିନାର ସର୍ବବୃହତ ବିଜୟ ହାସଲ କରିଛି।
Health: ପ୍ରସ୍ତାବିତ୍ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବରୁ ଉଠିଲା ଦାବି
ମ୍ୟାଚ୍ ଆରମ୍ଭରୁ ଆର୍ଜେଣ୍ଟିନା ଖେଳାଳିଙ୍କ ଦବ୍ଦବା ଦେଖିବାକୁ ମିଳିଥିଲା। ଅବଶ୍ୟ ଏକାଧିକ ପ୍ରୟାସକୁ ଭାରତୀୟ ଖେଳାଳି ବିଫଳ କରିଦେବାରୁ ପ୍ରଥମ କ୍ବାର୍ଟର ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା। ତେବେ ଦ୍ବିତୀୟ କ୍ବାର୍ଟର୍ରେ ଆର୍ଜେଣ୍ଟିନା ଚମତ୍କାର ପ୍ରଦର୍ଶନ କରି ୭ଟି ଗୋଲ୍ ଦେଇଥିଲା। ତୃତୀୟ କ୍ବାର୍ଟର୍ ଗୋଲ୍ଶୂନ୍ୟରେ ସରିଥିଲା ବେଳେ ଶେଷ ମିନିଟ୍ରେ ଆଉ ଏକ ଗୋଲ୍ ଦେଇ ଆର୍ଜେଣ୍ଟିନା ବିଜୟ ବ୍ୟବଧାନକୁ ୮-୦ କରିଥିଲା। ଆର୍ଜେଣ୍ଟିନା ପକ୍ଷରୁ ଟୋମାସ ଡୋମିନି (୧୫, ୨୦, ୨୬, ୬୦ ମିନିଟ୍) ଏକାକୀ ୪ଟି ଗୋଲ୍ ଦେଇଥିଲା ବେଳେ ଟୋମାସ ରୁଇଜ୍ (୧୪ ମିନିଟ୍), ଲୁସିଓ ମେଣ୍ଡିଜ୍ (୨୦ ମିନିଟ୍), ଇଗ୍ନାସିଓ ଇବାରା (୨୫ ମିନିଟ୍) ଓ ନିକୋଲାସ ଟୋର୍ ଡେଲା (୩୦ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ଭାରତ ମ୍ୟାଚ୍ସାରା ନୈରାଶ୍ୟଜନକ ପ୍ରଦର୍ଶନ କରିବା ସହ ଗୋଟିଏ ବି ଗୋଲ୍ ଦେବାରେ ସକ୍ଷମ ହୋଇ ନଥିଲା। ଏମିତିକି ଅଧିନାୟକ ହର୍ମନ୍ପ୍ରୀତ ସିଂହ ଏକ ପେନାଲ୍ଟି ଷ୍ଟ୍ରୋକ୍କୁ ହାତଛଡ଼ା କରିଥିଲେ। ଭାରତ ଆସନ୍ତା ୧୪ ତାରିଖରେ ପୁଣିଥରେ ବେଲ୍ଜିୟମ୍କୁ ଭେଟିବ।
Cricket: ପ୍ରଶାନ୍ତ ରାରତରାୟ ସ୍ମାରକୀ ଆଇନଜୀବୀ କ୍ରିକେଟ୍: ଫାଇନାଲ୍ରେ ବୋର୍ଡ ଅଫ୍ ରେଭିନ୍ୟୁ-ଭୁବନେଶ୍ବର ବାର୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/13/hfshhfsfsf-2026-02-13-02-14-54.jpg)