ଭାରତର ଗ୍ରେଟ୍‌ ବ୍ରିଟେନ୍‌ ବିପକ୍ଷ ମ୍ୟାଚ୍‌ ସ୍ଥଗିତ

ଭାରତର ଗ୍ରେଟ୍‌ ବ୍ରିଟେନ୍‌ ବିପକ୍ଷ ମ୍ୟାଚ୍‌ ସ୍ଥଗିତ

ଲୁସାନ: ବିଦେଶରେ ଖେଳିବାକୁ ଥିବା ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ ମ୍ୟାଚ୍‌କୁ କରୋନା ସଂକଟ ପାଇଁ ସ୍ଥଗିତ ରଖାଯାଇଛି। ଆସନ୍ତାମାସ ୮ ଓ ୯ ତାରିଖରେ ପ୍ରୋ ଲିଗ୍‌ର ଦୁଇଟି ବିଦେଶ ମ୍ୟାଚ୍‌ ଲଣ୍ଡନରେ ଭାରତ ଖେଳିଥା’ନ୍ତା। ଏହି ମ୍ୟାଚ୍‌ ବ୍ରିଟେନ୍‌ ବିପକ୍ଷରେ ଅନୁଷ୍ଠିତ ହେବାର ଥିଲା। ହେଲେ ସାଂପ୍ରତିକ କରୋନା ପରିସ୍ଥିତିକୁ ନେଇ ଭାରତ ‘ରେଡ୍‌ ତାଲିକା’ରେ ରହିଥିବାରୁ ଏହି ଦେଶରୁ ଯାତ୍ରା ଉପରେ ବ୍ରିଟେନ୍‌ ସରକାର କଟକଣା ଲଗାଇଛି। ଫଳରେ ହକି ମ୍ୟାଚ୍‌କୁ ସ୍ଥଗିତ ରଖିବାକୁ ଅନ୍ତର୍ଜାତୀୟ ହକି ଫେଡେରେସନ୍‌ (ଏଫ୍‌ଆଇଏଚ୍‌) ବୁଧବାର ନିଷ୍ପତ୍ତି ନେଇଛି। ପରିସ୍ଥିତି ଉପରେ ଏଫ୍‌ଆଇଏଚ୍‌ ନଜର ରଖିଛି। ସ୍ଥିତି ସୁଧୁରିଲେ ଏନେଇ ପୁନଃସୂଚୀ ସ୍ଥିର କରାଯିବ ବୋଲି ଏଫ୍‌ଆଇଏଚ୍‌ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଭାରତରୁ ଫେରୁଥିବା ଇଂଲଣ୍ଡବାସୀଙ୍କ ପାଇଁ ୧୧ ଦିନିଆ ବାଧ୍ୟତାମୂଳକ ହୋଟେଲ ସଂଗରୋଧର ବ୍ୟବସ୍ଥା ରହିଛି। ଦେଶବାସୀଙ୍କ ଛଡ଼ା ଭାରତରୁ କୌଣସି ବ୍ୟକ୍ତି ଇଂଲଣ୍ଡ ଆସିପାରିବେନି ବୋଲି ସେଠାକାର ସରକାର ନିୟମ କରିଛନ୍ତି। ବ୍ରିଟେନ୍‌ ବିପକ୍ଷ ମ୍ୟାଚ୍‌ ଦୁଇଟି ସ୍ଥଗିତ ରହିଥିଲା ବେଳେ ଭାରତ କିନ୍ତୁ ଆସନ୍ତା ମେ’ ମାସରେ ପ୍ରୋ ଲିଗ୍‌ ମ୍ୟାଚ୍‌ ଖେଳିବା ପାଇଁ ୟୁରୋପ ଗସ୍ତ କରିବ। ସେହି ଗସ୍ତରେ ସ୍ପେନ୍‌ ବିପକ୍ଷରେ ମେ’ ୧୫ ଓ ୧୬ ତାରିଖ ଏବଂ ଜର୍ମାନି ବିପକ୍ଷରେ ମେ’ ୨୨ ଓ ୨୩ ତାରିଖରେ ଭାରତ ମ୍ୟାଚ୍‌ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe