ରିଦ୍ଧିମାନଙ୍କ ପାଇଁ ଭରତ ସଂରକ୍ଷିତ ଖେଳାଳି

Advertisment
ରିଦ୍ଧିମାନଙ୍କ ପାଇଁ ଭରତ ସଂରକ୍ଷିତ ଖେଳାଳି

hindi.cricketnmore.com

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ସହ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଲାଗି ଭାରତୀୟ କ୍ରିକେଟ୍ ଦଳ ସହ ଆନ୍ଧ୍ରର ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ କେଏସ୍ ଭରତ ଆୟୋଜକ ଦେଶ ଇଂଲଣ୍ଡକୁ ଯାତ୍ରା କରିବେ। ତାଙ୍କୁ ପୂରା ଫିଟ୍ ନଥିବା ବେଙ୍ଗଲର ଅଭିଜ୍ଞ ୱିକେଟ୍ ରକ୍ଷକ ରିଦ୍ଧିମାନ ସାହାଙ୍କ ସଂରକ୍ଷିତ ଖେଳାଳି ଭାବେ ଗୁରୁବାର ଭାରତୀୟ ଦଳରେ ସାମିଲ କରାଯାଇଛି। ସାହା ସୁସ୍ଥ ହୋଇ ଭାରତୀୟ ଜୈବ ବଳୟରେ ପ୍ରବେଶ କରିବା ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଚୟନସମିତି କରୋନା ସଙ୍କଟକୁ ଆଖି ଆଗରେ ରଖି କୌଣସି ଦ୍ବନ୍ଦ୍ବ କିମ୍ବା ସଂଶୟ ରଖିବାକୁ ଚାହୁନାହାନ୍ତି। ସେଥିପାଇଁ ପ୍ରତି‌ଷେଧକ ବ୍ୟବସ୍ଥା‌ ଭାବେ ଭରତଙ୍କୁ ଭାରତୀୟ ସମ୍ଭାବ୍ୟ ଦଳରେ ଯୋଡ଼ିଛନ୍ତି। ଭାରତୀୟ ‌ଖେଳାଳିମାନେ ବୁଧବାର ମୁମ୍ବାଇରେ ଏକାଠି ହେବାର ଥିଲା ବେଳେ ଏହା ପୂର୍ବରୁ ସେମାନଙ୍କର ତିନି ଥର ଆରଟି ପିସିଆର୍‌ ପରୀକ୍ଷା‌ କରିବାକୁ ବିସିସିଆଇ ଯୋଜନା ରଖିଛି। ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା ବି କରାଯାଇଛି। ଏହା ଛଡ଼ା ଇଂଲଣ୍ଡ ପହଞ୍ଚିବା ପରେ ୟୁକେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ କରୋନାର ଦ୍ବିତୀୟ ଡୋଜ୍ ଦେବାର ବ୍ୟବସ୍ଥା ବି କରାଯାଇଛି।

ପରିବର୍ତ୍ତିତ ଭାରତୀୟ ଦଳ: ରୋହିତ ଶର୍ମା, ଶୁବମନ ଗିଲ୍, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ (ଉପଅଧିନାୟକ), ହନୁମା ବିହାରୀ, ଋଷବ ପନ୍ତ, ରବିଚନ୍ଦ୍ରନ୍‌ ଅଶ୍ବିନ, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ଯଶପ୍ରୀତ ବୁମ୍‌ରା, ଈଶାନ୍ତ ଶର୍ମା, ମହମ୍ମଦ ସାମି, ମହମ୍ମଦ ସିରାଜ, ସାର୍ଦୁଲ ଠାକୁର, ଉମେଶ ଯାଦବ, କେଏଲ୍ ରାହୁଲ, ରିଦ୍ଧିମାନ ସାହ (ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ), କେଏସ୍‌ ଭରତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe