Air Pistol Mixed : ଏସୀୟ ସୁଟିଂ: ରୌପ୍ୟ ଜିତିଲେ ସମ୍ରାଟ୍-ସୁରୁଚି

Advertisment

ଦିଲ୍ଲୀର ଡ. କର୍ଣ୍ଣି ସିଂ ସୁଟିଂ ରେଞ୍ଜ୍‌ରେ ଚାଲିଥିବା ଏସୀୟ ସୁଟିଂ ଚାମ୍ପିୟନସିପ୍‌ର ୧୦ ମିଟର ଏୟାର ପିସ୍ତଲ୍ ମିଶ୍ରିତ ଯୁଗଳ ମୁକାବିଲାରେ ରୌପ୍ୟ ଜିତିଛନ୍ତି ଭାରତର ସମ୍ରାଟ୍‌ ରାଣା ଓ ସୁରୁଚି ସିଂ। ଫାଇନାଲରେ ଏହି ଭାରତୀୟ ଯୋଡ଼ି ମୋଟ୍‌ ୪୭୯.୬ ପଏଣ୍ଟ ପାଇଥିଲେ।

ଦିଲ୍ଲୀର ଡ. କର୍ଣ୍ଣି ସିଂ ସୁଟିଂ ରେଞ୍ଜ୍‌ରେ ଚାଲିଥିବା ଏସୀୟ ସୁଟିଂ ଚାମ୍ପିୟନସିପ୍‌ର ୧୦ ମିଟର ଏୟାର ପିସ୍ତଲ୍ ମିଶ୍ରିତ ଯୁଗଳ ମୁକାବିଲାରେ ରୌପ୍ୟ ଜିତିଛନ୍ତି ଭାରତର ସମ୍ରାଟ୍‌ ରାଣା ଓ ସୁରୁଚି ସିଂ। ଫାଇନାଲରେ ଏହି ଭାରତୀୟ ଯୋଡ଼ି ମୋଟ୍‌ ୪୭୯.୬ ପଏଣ୍ଟ ପାଇଥିଲେ।

05bbs_84_05022026_112

ନୂଆଦିଲ୍ଲୀ: ଦିଲ୍ଲୀର ଡ. କର୍ଣ୍ଣି ସିଂ ସୁଟିଂ ରେଞ୍ଜ୍‌ରେ ଚାଲିଥିବା ଏସୀୟ ସୁଟିଂ ଚାମ୍ପିୟନସିପ୍‌ର ୧୦ ମିଟର ଏୟାର ପିସ୍ତଲ୍ ମିଶ୍ରିତ ଯୁଗଳ ମୁକାବିଲାରେ ରୌପ୍ୟ ଜିତିଛନ୍ତି ଭାରତର ସମ୍ରାଟ୍‌ ରାଣା ଓ ସୁରୁଚି ସିଂ। ଫାଇନାଲରେ ଏହି ଭାରତୀୟ ଯୋଡ଼ି ମୋଟ୍‌ ୪୭୯.୬ ପଏଣ୍ଟ ପାଇଥିଲେ। ଉଜ୍‌ବେକିସ୍ତାନର ନିଗିନା ସେଡକୁଲୋଭା ଓ ମହମ୍ମଦ କାମାଲୋଭ୍‌ ୪୮୧.୩ ପଏଣ୍ଟ ସହ ସ୍ବର୍ଣ୍ଣପଦକ ଜିତିଛନ୍ତି।

 ଏହି ମୁକିବିଲାର ପ୍ରଥମ ଦୁଇଟି ସିରିଜ୍‌ରେ ଭାରତୀୟ ଯୋଡ଼ି ଆଗୁଆ ଥିଲେ ବି ଉଜବେକ୍‌ ଯୋଡ଼ି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ବିଜୟୀ ହୋଇଥିଲେ। ଚାଇନିଜ୍‌ ତାଇପେଇର ଚେଙ୍ଗ୍‌-ୟେନ୍‌-ଚିଙ୍ଗ୍‌ ଓ ସେଇ ସିଆଙ୍ଗ-ଚେନ ୪୧୨.୨ ପଏଣ୍ଟ ସହ ବ୍ରୋଞ୍ଜ ପଦକ ପାଇଥିଲେ। ଏହି ଫାଇନାଲ୍‌ଟି ସଂଶୋଧିତ ଚାରି ଦଳ ବିଶିଷ୍ଟ ଫର୍ମାଟ୍‌ରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଶୀର୍ଷ ୪ଟି ଦଳ ଫାଇନାଲ୍‌ରେ ପ୍ରତିଯୋଗିତା କରିଥିଲେ।

ଆହୁରି ପଢ଼ନ୍ତୁ: Blast In Mines: କୋଇଲା ଖଣିରେ ବଡ଼ଧରଣର ବିସ୍ଫୋରଣ, ୧୬ ଶ୍ରମିକ ମୃତ

ଯୋଗ୍ୟତା ପର୍ଯ୍ୟାୟରେ ଭାରତୀୟ ଯୋଡ଼ି ୫୮୩ ପଏଣ୍ଟ ସହ ସର୍ବୋଚ୍ଚ ସ୍ଥାନରେ ଥିଲେ। ଅନ୍ୟପକ୍ଷରେ ଅଲମ୍ପିକ୍ସ ବିଜୟିନୀ ମନୁ ଭାକର ପୁଣି ଥରେ ପଦକ ଜିତିବାରେ ବିଫଳ ହୋଇଛନ୍ତି। ଉଭୟ ୫୭୧ ପଏଣ୍ଟ୍‌ ସହ ନବମ ସ୍ଥାନରେ ରହିଥିଲେ। ଗୁରୁବାରର ପଦକକୁ ମିଶାଇ ଚଳିତ ପ୍ରତିଯୋଗିତାରେ ଭାରତ ବରିଷ୍ଠ ବର୍ଗରେ ଦୁଇଟି ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ସହ ମୋଟ ୫ଟି ପଦକ ଜିତିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe