ଦ୍ଵିତୀୟ ଟେଷ୍ଟ: ପ୍ରଥମ ପାଳିରେ ଶ୍ରୀଲଙ୍କା ୧୦୯ ରନ୍‌ରେ ଅଲଆଉଟ୍, ଚା’-ପାନ ବିରତି ସୁଦ୍ଧା ଭାରତ ୬୧/୧

Advertisment
ଦ୍ଵିତୀୟ ଟେଷ୍ଟ: ପ୍ରଥମ ପାଳିରେ ଶ୍ରୀଲଙ୍କା ୧୦୯ ରନ୍‌ରେ ଅଲଆଉଟ୍, ଚା’-ପାନ ବିରତି ସୁଦ୍ଧା ଭାରତ ୬୧/୧

Photo: BCCI twitter

ବେଙ୍ଗାଲୁରୁ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବେଙ୍ଗାଲୁରୁସ୍ଥିତ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଥିବା ଦ୍ଵିତୀୟ ଟେଷ୍ଟର ଦ୍ଵିତୀୟ ଦିନର ଚା ପାନ ବିରତି ସୁଦ୍ଧା ଭାରତ ଦ୍ବିତୀୟ ପାଳିରେ ଗୋଟିଏ ଓ୍ଵିକେଟ୍ ହରାଇ ୬୧ ରନ୍ କରିଛି। ଏହା ପୂର୍ବରୁ ଶ୍ରୀଲଙ୍କା ଗତକାଲିର ସ୍କୋରରେ ମାତ୍ର ୨୩ ରନ୍ ଯୋଡି ୧୦୯ରେ ଅଲଆଉଟ୍ ହୋଇଯାଇଥିଲା। ପ୍ରଥମ ଦିନରେ ଭାରତ ୨୫୨ ରନରେ ଅଲଆଉଟ୍ ହେବା ପରେ ଶ୍ରୀଲଙ୍କା ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଷ୍ଟମ୍ସ ସୁଦ୍ଧା ୬ ଓ୍ଵିକେଟ୍ ହରାଇ ୮୬ ରନ୍ କରିଥିଲା।

ଭାରତ ତରଫରୁ ଜସପ୍ରୀତ୍ ବୁମରା ୨୪ ରନ୍ ଦେଇ ସର୍ବାଧିକ ୫ଟି ଓ୍ଵିକେଟ୍ ନେଇଥିଲେ। ରବିଚନ୍ଦ୍ରନ୍ ଅଶ୍ଵିନ୍ ଓ ମହମ୍ମଦ ସାମି ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଅକ୍ଷର ପଟେଲ ଗୋଟିଏ ଓ୍ଵିକେଟ୍ ପାଇଥିଲେ। ଶ୍ରୀଲଙ୍କାର ତରଫରୁ ପ୍ରଥମ ଇଂନିସରେ ମାଥ୍ୟୁସ୍ ସର୍ବାଧିକ ୪୩ ରନ୍ କରି ଆଉଟ୍ ହୋଇଥିଲେ।

ଶ୍ରୀଲଙ୍କା ଦ୍ଵିତୀୟ ଦିନରେ ୧୦୯ ରନରେ ଅଲଆଉଟ୍ ହେବା ପରେ ଭାରତ, ଓପନର ମୟଙ୍କ ଅଗ୍ରଓ୍ଵାଲଙ୍କ ଓ୍ଵିକେଟ୍ ହରାଇ ୬୧ ରନ୍ କରିଛି। ମୟଙ୍କ ଅଗ୍ରଓ୍ଵାଲ ୨୨ ରନ୍ ସ୍କୋରେ ଆଉଟ୍ ହୋଇଛନ୍ତି। ତାଙ୍କୁ ଏମ୍ବୁଲଡେନିଆ ଆଉଟ୍ କରିଛନ୍ତି। ରୋହିତ ଶର୍ମା ୩୦ ଓ ହନୁମା ବିହାରୀ ୮ ରନ୍ କରି ଅପରାଜିତ ରହିଛନ୍ତି। ଭାରତ ୨୦୪ ରନରେ ଆଗୁଆ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe