‘ଆଇସିସି ମହିଳା ବିଶ୍ବ କପ୍‌ ୨୦୨୨’: ୭ ୱିକେଟ୍‌ ବିନିମୟରେ ଭାରତୀୟ ଟିମ୍‌ ସଂଗ୍ରହ କରିଛି ୨୭୭ ରନ୍‌

‘ଆଇସିସି ମହିଳା ବିଶ୍ବ କପ୍‌ ୨୦୨୨’: ୭ ୱିକେଟ୍‌ ବିନିମୟରେ ଭାରତୀୟ ଟିମ୍‌ ସଂଗ୍ରହ କରିଛି ୨୭୭ ରନ୍‌

Image Courtesy of India Today

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଅକ୍‌ଲାଣ୍ଡ୍‌ସ୍ଥିତ ଇଡେନ୍‌ ପାର୍କରେ ଚାଲିଥିବା ‘ଆଇସିସି ମହିଳା ବିଶ୍ବ କପ୍‌’ରେ ଆଜି ୫୦ ଓଭର୍‌‌ ଖେଳି ଭାରତୀୟ ଦଳ ୭ ୱିକେଟ୍‌ରେ ବିନିମୟରେ ୨୭୭ ରନ୍‌ ସଂଗ୍ରହ କରିଛନ୍ତି। ଖେଳର ଶେଷ ପର୍ଯ୍ୟାୟ ଆଡ଼କୁ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ହର୍‌ମାନ୍‌ପ୍ରୀତ୍‌ କୌର୍‌ ଏବଂ ପୂଜା ବସ୍ତ୍ରକାର ଉତ୍ତମ ବ୍ୟାଟିଙ୍ଗ୍‌ କରି ରନ୍‌ ସଂଖ୍ୟାକୁ ଦ୍ରୁତ ଗତିରେ ବଢ଼ାଇବାରେ ସମର୍ଥ ହୋଇଥିଲେ।

୫ମ ୱିକେଟ୍‌ ଭାବେ ଖେଳିବାକୁ ଯାଇଥିବା ହର୍‌ମାନ୍‌ପ୍ରୀତ୍‌ ୪୭ଟି ବଲ୍‌ ଖେଳି ୬ଟି ଚୌକା ମାରିବା ସହ ୫୭ ରନ୍‌ ସଂଗ୍ରହ କରିଥିଲେ। ସେହିପରି ୭ମ ୱିକେଟ୍‌ରେ ଆସିଥିବା ଭାରତୀୟ ଦଳର ଉପଅଧିନାୟିକା ପୂଜା ବସ୍ତ୍ରକାର ମାତ୍ର ୪୭ଟି ବଲ୍‌ ଖେଳି ୬୪ ରନ୍‌ କରିଥିଲେ।

publive-image Image Courtesy of NDTV

ଆଜି ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ୬ ଥର ବିଜୟୀ ହୋଇଥିବା ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ।

ବିଜୟ ପାଇଁ ୨୭୮ ରନ୍‌ ଆବଶ୍ୟକ କରୁଥିବା ଅଷ୍ଟ୍ରେଲିଆ ଦଳ ତରଫରୁ ଓପେନର୍‌ ଭାବେ ଆଲିସା ହିଲି ଏବଂ ରାଚେଲ୍‌ ହେନେସ୍‌ ମଧ୍ୟ ଉତ୍ତମ କ୍ରୀଡ଼ା ପ୍ରଦର୍ଶନ କରୁଛନ୍ତି। ରିପୋର୍ଟ ଲେଖାଯିବା ବେଳେକୁ କୌଣସି ୱିକେଟ୍‌ ନ ହରାଇ ୧୧.୧ ଓଭର୍‌ ଖେଳି ଅଷ୍ଟ୍ରେଲିଆ ୭୨ ରନ୍‌ ସଂଗ୍ରହ କରିଥିଲା। ୩୦ଟି ବଲ୍‌ ଖେଳି ରାଚେଲ୍‌ ୨୭ ରନ୍‌ ଏବଂ ୩୭ଟି ବଲ୍‌ ଖେଳି ଆଲିସା ୪୩ ରନ୍‌ ସଂଗ୍ରହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe