ଗତ ଗୋଟିଏ ବର୍ଷ ମଧ୍ୟରେ ଭାରତର ୪ ଶୀର୍ଷକ୍ରମ ବ୍ୟାଟର୍‌ଙ୍କ ପ୍ରଦର୍ଶନ

Advertisment
ଗତ ଗୋଟିଏ ବର୍ଷ ମଧ୍ୟରେ ଭାରତର ୪ ଶୀର୍ଷକ୍ରମ ବ୍ୟାଟର୍‌ଙ୍କ ପ୍ରଦର୍ଶନ

NDTV.com

ନୂଆଦିଲ୍ଲୀ : ୨୦୦୭ ପରେ ପ୍ରଥମ ଥର ଇଂଲଣ୍ଡ ମାଟିରେ ଟେଷ୍ଟ ଶୃଙ୍ଖଳା ବିଜୟ ଆଶାରେ ଥିବା ଭାରତ ପଞ୍ଚମ ଟେଷ୍ଟ ପରାଜୟ ବରଣ ପରେ ଏହା ଅପୂରଣୀୟ ରହିଗଲା। ଗତ ବର୍ଷ ଅଗଷ୍ଟ-ସେପ୍ଟେମ୍ବରରେ ଏହି ଶୃଙ୍ଖଳା ଆୟୋଜିତ ହୋଇଥିବା ବେଳେ କୋଭିଡ ଯୋଗୁଁ ଶେଷ ତଥା ପଞ୍ଚମ ଟେଷ୍ଟ ଖେଳା ଯାଇପାରିନଥିଲା। ୨-୧ରେ ଭାରତ ଆଗୁଆ ଥିଲା ବେଳେ ପଞ୍ଚମ ଟେଷ୍ଟ ଗତ ୧ରୁ ଖେଳାଯାଇଥିଲା। ଏହି ମ୍ୟାଚ୍‌ ଜିତି ଥିଲେ ଭାରତ ଶୃଙ୍ଖଳା ଜିତିଥା’ନ୍ତା। ହେଲେ ଇଂଲଣ୍ଡ ୭ ୱିକେଟ୍‌ରେ ଏହି ଟେଷ୍ଟ ଜିତି ଶୃଙ୍ଖଳା ୨-୨ରେ ବରାବର କରିଥିଲା। ଭାରତର ଦୁଇ ଓପନର୍ ରୋହିତ ଶର୍ମା ଓ କେଏଲ୍‌ ରାହୁଲ ଏହି ମ୍ୟାଚ୍‌ରେ ଖେଳିନଥିଲେ। ରୋହିତ କୋଭିଡ ସଂକ୍ରମିତ ହେବାରୁ ଶେଷ ସମୟରେ ‌ଓହରି ଯାଇଥିଲା ବେଳେ ରାହୁଲ ଅସ୍ତ୍ରୋପଚାର ଯୋଗୁଁ ଏହି ଗସ୍ତ କରିନଥିଲେ। ତେଣୁ ଶୁବମନ ଗିଲ ଓ ଚେତେଶ୍ବର ପୂଜାରା ଓପନିଂ କରିଥିଲେ। ଶୁବମନ ଦୁଇଟି ଯାକ ପାଳିରେ ବିଫଳ ହୋଇଥିଲା ବେଳେ ଚେ‌‌ତେଶ୍ବର ପୂଜାରା ଦ୍ବିତୀୟ ପାଳିରେ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଦେଖିବାକୁ ଗଲେ ଭାରତର ୪ ଶୀର୍ଷକ୍ରମ ବ୍ୟାଟର୍‌ ଗିଲ୍‌, ପୂଜାରା, ହନୁମା ବିହାରୀ ଓ ବିରାଟ ‌କୋହଲି ଏଜ୍‌ବଷ୍ଟାନ ଟେଷ୍ଟରେ ବିଫଳ ହୋଇଥିଲେ। ଏମାନେ ଦୁଇ ପାଳିରେ ଯଥାକ୍ରମେ ୧୭, ୧୩, ୨୦, ୧୧, ୪, ୬୬, ୧୧, ୨୦ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଗତ ବର୍ଷକ ମଧ୍ୟରେ ଏହି ୪ ଶୀର୍ଷକ୍ରମ ବ୍ୟାଟର୍‌ଙ୍କ ପ୍ରଦର୍ଶନ ଉପରେ ନଜର ପକାଇବା।

publive-image Sportzwiki

ଶୁବମନ ଗିଲ (ଓପନର୍‌): ଟେଷ୍ଟ କ୍ରିକେଟ୍‌ରେ ଓପନିଂ ଭାଗୀଦାରି ହେଉଛି ଗୁରୁତ୍ବପୂର୍ଣ୍ଣ। ହେଲେ ଦୁଃଖର ବିଷୟ ଏଜ୍‌ବଷ୍ଟାନ ଟେଷ୍ଟରେ ଗୋଟିଏ ପାଳିରେ ବି ଭଲ ଓପନିଂ ଭାଗୀଦାରି ମିଳିନଥିଲା। ଶୁବମନ ଗିଲ୍‌ ଭଲ ଫର୍ମରେ ଥିଲା ଭଳି ଜେମ୍ସ ଆଣ୍ଡରସନ୍‌ଙ୍କୁ ୨ଟି ଚୌକା ମାରି ପାଳି ଆରମ୍ଭ କରିଥିଲେ। ଏହାପରେ ଷ୍ଟୁଆର୍ଟ ବ୍ରଡଙ୍କୁ ୨ ଚୌକା ମାରିଥିଲେ। ହେ‌ଲେ ୧୭ ରନ୍‌ରେ ଆଣ୍ଡରସନ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇ ପ୍ୟାଭିଲିଅନ୍‌ ଫେରିଥିଲେ। ଦ୍ବିତୀୟ ପାଳିରେ ମଧ୍ୟ ୧୩ ରନ୍‌ରେ ସେହି ଆଣ୍ଡରସନ୍‌ଙ୍କ ଶୀକାର ହୋଇଥିଲେ। ଗତ ବର୍ଷକ ମଧ୍ୟରେ ୨୨ ବର୍ଷୀୟ ଶୁବମନ ୩ ଟେଷ୍ଟ (୨ ଘରେ, ୧ ବାହାରେ) ଖେଳିଥିଲା ବେଳେ ୨୭.୫୦ ହାରରେ ଗୋଟିଏ ଅର୍ଦ୍ଧଶତକ ସହ ୧୬୫ ରନ୍‌ କରିଥିଲେ।

publive-image NDTV Sports

ଚେତେଶ୍ବର ପୂଜାରା (ଓପନର୍‌): ଦକ୍ଷିଣ ଆଫ୍ରିକା ବିପକ୍ଷରେ ୬ ‌ପାଳି ଖେଳି ୨୧ରୁ କମ୍‌ ହାରରେ ୧୨୪ କରିଥିବା ଚେତେଶ୍ବର ପୂଜାରା କାଉଣ୍ଟିରେ ଭଲ କରିବାରୁ ତାଙ୍କୁ ଏଜ୍‌ବଷ୍ଟାନ ଟେଷ୍ଟରେ ସୁଯୋଗ ମିଳିଥିଲା। ପ୍ରଥମ ପାଳିରେ ବିଫଳ ହୋଇଥିବା ଏହି ବ୍ୟାଟର୍‌ ଦ୍ବିତୀୟ ପାଳିରେ ଅର୍ଦ୍ଧଶତକ ମାରିଥିଲେ ମଧ୍ୟ ମୋଟ ଉପରେ ଗତ ବର୍ଷକ ମଧ୍ୟରେ ତାଙ୍କ ପ୍ରଦର୍ଶନ ଭଲ ନଥିଲା। ସେ ୧୦ ମ୍ୟାଚ୍‌ (୨ ଘରେ ଓ ୮ ବାହାରେ) ଖେଳିଥିଲେ। ଏହି ଭେଟେରାନ ୨୦ ପାଳିରେ ୨୭.୬୩ ହାରରେ ‌୪ ଅର୍ଦ୍ଧଶତକ ସହ ମାତ୍ର ୫୨୫ ରନ୍‌ କରିଥିଲେ।

publive-image DNA India

ହନୁମା ବିହାରୀ (୩ ନମ୍ବର ବ୍ୟାଟର୍‌): ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିବା ଯୋଗୁଁ ହନୁମା ବିହାରୀ ଇଂଲଣ୍ଡ ବିପକ୍ଷରେ ସୁଯୋଗ ପାଇଥିଲେ। ହେଲେ ତାଙ୍କଠୁ ଯେଉଁ ଆଶା ଥିଲା ତାହା ସେ ପୂରଣ କରିପାରିନଥିଲେ। ଏଜ୍‌ବଷ୍ଟାନ ଟେଷ୍ଟରେ ସେ ଦୁଇଟି ପାଳିରେ ୨୦ ଓ ୧୧ ରନ୍‌ କରିଥିଲେ। ଗତ ବର୍ଷକ ମଧ୍ୟରେ ସେ ୪ ଟେଷ୍ଟ (୨ ଘରେ, ୨ ବାହାରେ) ଖେଳି ୧ ଅର୍ଦ୍ଧଶତକ ଓ ୩୫.୮୩ ହାରରେ ମାତ୍ର ୨୧୫ ରନ୍‌ କରିଥିଲେ।

ବିରାଟ କୋହଲି (୪ ନମ୍ବର ବ୍ୟାଟର୍‌): ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ୨୦୧୯ ନଭେମ୍ବରରୁ ଅନ୍ତର୍ଜାତୀୟ ଶତକଟିଏ ଅର୍ଜନ କରିନାହାନ୍ତି। ସଂପ୍ରତି ତାଙ୍କ ଟେଷ୍ଟ ହାରାହାରି ୪୯.୫୩ ରହିଛି। ହେଲେ ଗତ ବର୍ଷକ ମଧ୍ୟରେ ତାଙ୍କ ହାରାହାରି ୩୦ ତଳେ ରହିଛି। ଗତ ବର୍ଷ ବିରାଟ ୧୦ ଟେଷ୍ଟ (୩ ଘରେ, ୭ ବାହାରେ) ଖେଳିଥି‌ଲା ବେଳେ ୧୮ ଥର ବ୍ୟାଟିଂ କରିଛନ୍ତି। ଏହି ୧୮ ପାଳିରେ ୨୯.୨୭ ହାରରେ ସେ ୫୨୭ ରନ୍‌ କରିଛନ୍ତି। ଏଥିରେ ମାତ୍ର ୩ ଅର୍ଦ୍ଧଶତକ ରହିଛି। ପଞ୍ଚମ ଟେଷ୍ଟ‌ରେ ତାଙ୍କଠୁ ବହୁ ଆଶା ଥିଲା। ହେଲେ ସେ ବିଫଳ ହୋଇଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe