India vs New Zealand: ଅଟକିଲା ଭାରତର ବିଜୟ ରଥ; ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ

Advertisment

ଭାରତର ବିଜୟ ରଥ ଅଟକିଛି। ବୁଧବାର ଦିନ ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୫୦ ରନ୍‌ରେ ବିଜୟୀ ହୋଇଛି। ନ୍ୟୁଜିଲାଣ୍ଡ ହାତରୁ ୫ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଚତୁର୍ଥ ମୁକାବିଲାରେ ଭାରତ ପରାସ୍ତ ହୋଇଛି।

ଭାରତର ବିଜୟ ରଥ ଅଟକିଛି। ବୁଧବାର ଦିନ ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୫୦ ରନ୍‌ରେ ବିଜୟୀ ହୋଇଛି। ନ୍ୟୁଜିଲାଣ୍ଡ ହାତରୁ ୫ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଚତୁର୍ଥ ମୁକାବିଲାରେ ଭାରତ ପରାସ୍ତ ହୋଇଛି।

ss

ବିଶାଖାପାଟଣା: ଭାରତର ବିଜୟ ରଥ ଅଟକିଛି। ବୁଧବାର ଦିନ ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୫୦ ରନ୍‌ରେ ବିଜୟୀ ହୋଇଛି। ନ୍ୟୁଜିଲାଣ୍ଡ ହାତରୁ ୫ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଚତୁର୍ଥ ମୁକାବିଲାରେ ଭାରତ ପରାସ୍ତ ହୋଇଛି। ବିଶାଖାପାଟଣାସ୍ଥିତ ଡ. ୱାଇଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଭାରତ ୨୧୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଦଳ ୧୮.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୬୫ ରନ୍‌ ସଂଗ୍ରହ କରିଛି। ଏଥି ସହିତ ଚଳିତ ଶୃଙ୍ଖଳା ୩-୧ରେ ପହଞ୍ଚିଛି। ପଞ୍ଚମ ତଥା ଅନ୍ତିମ ମ୍ୟାଚ୍‌ ଆସନ୍ତା ୩୧ ତାରିଖରେ ତିରୁଅନ୍ତପୁରମରେ ଖେଳାଯିବ। 

ଏହି ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ଶିବମ ଦୁବେ ଚମତ୍କାର ଖେଳି ଥିଲେ। ଦଳକୁ ବିଜୟ ଦେବାକୁ ବଡ଼ ଉଦ୍ୟମ କରିଥିଲେ। ଏକଦା ସେ ୩୦୦ ଷ୍ଟ୍ରାଇକ୍‌ ରେଟ୍‌ରେ ଖେଳୁଥିଲେ। ମାତ୍ର ୨୩ଟି ବଲ୍‌ ଖେଳି  ୩ଟି ଚୌକା ଏବଂ ୭ଟି ଛକା ବଳରେ ୬୫ ରନ୍‌ ସଂଗ୍ରହ କରିଥିଲେ। ଦୁବେ ଆଉଟ୍‌ ହେଲା ପରେ ଭାରତର ବିଜୟ ଆଶା ଏକପ୍ରକାର ମଉଳି ଯାଇଥିଲା ଏବଂ ତାହା ହିଁ ହେଲା। 

ବୁଧବାର ଭାରତ ଟସ୍‌ ଜିତି ପ୍ରଥମେ ଫିଲ୍‌ଡିଂ କରିଥିଲା। ଶୃଙ୍ଖଳା ହାତଛଡ଼ା କରିବା ପରେ ନ୍ୟୁଜିଲାଣ୍ଡ୍‌ ପାଇଁ କିନ୍ତୁ ଏହାର ପ୍ରାରମ୍ଭିକ ଯୋଡ଼ି ଡେଭନ୍‌ କନ୍‌ୱେ ଓ ଟିମ୍ ସେଫର୍ଟ ବିସ୍ଫୋରକ ଆରମ୍ଭ କରିଥିଲେ। ଉଭୟ ପାୱାର ‌ପ୍ଲେ’ ୬ ଓଭରରୁ ୭୧ ରନ୍‌ ଆଦାୟ କରିଥିଲେ ବିନା କ୍ଷତିରେ। କନ୍‌ୱେ ୨୩ ବଲ୍‌ରୁ ୪୪ ରନ୍ ଏବଂ ସେଫର୍ଟ ୩୬ ବଲ୍‌ରୁ ୬୨ ରନ୍‌ ସଂଗ୍ରହ କରିଥିଲେ। ଦୁଇଜଣ ଯାକ ଆକ୍ରମଣାତ୍ମକ ବ୍ୟାଟିଂ କରିବାରୁ ନ୍ୟୁଜିଲାଣ୍ଡ୍‌ ୮.୧ ଓଭରରେ ୧୦୦ ରନ୍‌ ମଧ୍ୟ ପୂରଣ କରି ନେଇଥିଲା। କିନ୍ତୁ ପରବର୍ତ୍ତୀ ବଲ୍‌ରେ ହିଁ କନ୍‌ୱେଙ୍କୁ ଆଉଟ୍‌ କରି କୁଲଦୀପ ଯାଦବ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରଠାରୁ ଭାରତୀୟ ବୋଲର୍‌ ନିୟମିତ ବ୍ୟବଧାନରେ ୱିକେଟ୍‌ ବାହାର କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ୍‌ ଓଭର ପିଛା ୧୦ ରନ୍‌ ହାରାହାରିକୁ ତଳକୁ ଖସିବାକୁ ଦେଇନଥିଲା। ଟିମ୍ ସେଫର୍ଟଙ୍କୁ ଅର୍ଶଦୀପ ଆଉଟ୍‌ କରିଥିଲେ। ରାଚିନ ରବୀନ୍ଦ୍ର (୨)ଙ୍କୁ ବୁମ୍‌ରା କଟ୍‌ ଆଣ୍ଡ୍‌ ବୋଲ୍ଡ କରି ଦେଇଥିବା‌‌ବେଳେ ଗ୍ଲେନ୍‌ ଫିଲିପ୍ସ (୨୪)ଙ୍କୁ ଦ୍ବିତୀୟ ଶିକାର କରିଥିଲେ କୁଲଦୀପ। ୬ ନମ୍ବରରେ ଆସିଥିବା ଡାରିଲ୍‌ ମିଚେଲ୍‌ (୧୮ ବଲ୍‌ରୁ ୧୯* ରନ୍) ଦ୍ରୁତ ଖେଳିବା ଫଳରେ ନ୍ୟୁଜିଲାଣ୍ଡ୍‌ ୨୦୦ ଅତିକ୍ରମ କରିଯାଇଥିଲା। ଶେଷ ଦୁଇ ଓଭରରୁ ନ୍ୟୁଜିଲାଣ୍ଡ୍‌ ୩୩ ରନ୍‌ ଯୋଡ଼ିଥିଲା। ଉନ୍ନବିଂଶତମ ଓଭର ବୋଲିଂ କରିଥିବା ଯଶପ୍ରୀତ୍‌ ବୁମ୍‌ରା ୧୯ ରନ୍‌ ଏବଂ ବିଂଶତମ ଓଭର ବୋଲିଂ କରିଥିବା ହର୍ଷିତ ରାଣା ୧୪ ରନ୍‌ ବ୍ୟୟ କରିଥିଲେ। ବୁମ୍‌ରାଙ୍କ ପାଇଁ ଟ୍ବେଣ୍ଟି-୨୦ରେ ଏହା ଦ୍ବିତୀୟ ସର୍ବାଧିକ ମହଙ୍ଗା ଓଭର ଥିଲା। ୨୦୧୭ ମସିହାରେ ଇଂଲଣ୍ଡ ବିପକ୍ଷ କାନପୁର ଟ୍ବେଣ୍ଟି-୨୦ରେ ସେ ୨୦ ରନ୍‌ ବ୍ୟୟ କରିଥିଲେ।

ଜବାବରେ ପ୍ରଥମ ବଲ୍‌ରେ ଅଭିଷେକ ଶର୍ମା ବିଦାୟ ନେବାଠାରୁ ଭାରତ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। ସଂଜୁ ସାମସନ୍‌ ବି ପୁଣି ଏକ ସୁଯୋଗ ହାତଛଡ଼ା କରିଥିଲେ। ସୂର୍ଯ୍ୟ ଓ ହାର୍ଦ୍ଦିକଙ୍କ ବ୍ୟାଟ୍‌ ଶାନ୍ତ ପଡ଼ିଯାଇଥିଲା। କେବଳ ୪ ନମ୍ବରରେ ଆସିଥିବା ରିଙ୍କୁ ସିଂହ (୩୦ରୁ ୩୯ ରନ୍‌) ଏବଂ ଦୁବେ (୨୩ ବଲ୍‌ରୁ ୬୫ ରନ୍‌) ଲଢ଼ିଥିଲେ। ଈଶ୍‌ ସୋଢ଼ୀଙ୍କ ଗୋଟିଏ ଓଭରରୁ ଦୁବେ ୨୯ ରନ୍‌ ଆଦାୟ କରି ଆଶା ‌ଦେଖାଇଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନଥିଲା। ସେ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହେବା ସହ ଭାରତର ଶେଷ ଆଶା ମଉଳିଯାଇଥିଲା।

ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ୍‌ ୨୦ ଓଭରରେ-୨୧୫/୭ (ଟିମ୍‌ ସେଫର୍ଟ-୬୨, ଡେଭନ୍‌ କନ୍‌ୱେ-୪୪, ଡାରିଲ୍‌ ମିଚେଲ୍‌-୩୯*, ଅର୍ଶଦୀପ ସିଂହ-୨/୩୩, କୁଲଦୀପ ଯାଦବ-୨/୩୯, ଯଶପ୍ରୀତ୍‌ ବୁମ୍‌ରା-୧/୩୮, ରବି ବିିଷ୍ଣୋଇ-୧/୪୯)। ଭାରତ ୧୮.୪ ଓଭରରେ-୧୬୫/୧୦ (ଶିବମ ଦୁବେ-୬୫, ରିଙ୍କୁ ସିଂହ-୩୯, ସଂଜୁ ସାମସନ୍‌-୨୪, ମି‌ଚେଲ୍‌ ସାଣ୍ଟନର୍‌-୩/୨୬, ଜାଜବ୍‌ ଟଫି-୨/୩୩, ଈଶ୍‌ ସୋଢ଼ୀ-୨/୪୬)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe