ଇଣ୍ଡୋନେସିଆ ମାଷ୍ଟର୍ସ: କ୍ବାର୍ଟରରେ ହାରିଲେ ଲକ୍ଷ୍ୟ, ସିନ୍ଧୁ

ଇଣ୍ଡୋନେସିଆ ମାଷ୍ଟର୍ସ: କ୍ବାର୍ଟରରେ ହାରିଲେ ଲକ୍ଷ୍ୟ, ସିନ୍ଧୁ

imes of India

ଜାକର୍ତ୍ତା : ଇଣ୍ଡୋନେସିଆ ମାଷ୍ଟର୍ସ ସୁପର ୫୦୦ ପ୍ରତିଯୋଗିତାରେ ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ଲକ୍ଷ୍ୟ ସେନ୍‌ ଏବଂ ପିଭି ସିନ୍ଧୁଙ୍କ ଅଭିଯାନ କ୍ବାର୍ଟର ଫାଇନାଲ୍‌ରୁ ଶେଷ ହୋଇଯାଇଛି। ଶୁକ୍ରବାର ପୁରୁଷ ଏକକ କ୍ବାର୍ଟର ଫାଇନାଲ୍‌ରେ ବିଶ୍ବ ଚାମ୍ପିଅନ୍‌ସିପ୍‌ କାଂସ୍ୟ ବିଜେତା ଲକ୍ଷ ନିଜଠୁ ଉଚ୍ଚ ମାନ୍ୟତାପ୍ରାପ୍ତ ଚାଇନିଜ ତା‌ଇପେ ପ୍ରତିଦ୍ବନ୍ଦ୍ବୀ ଚୋଉ ତିନ୍‌ ଚେନ୍‌ଙ୍କଠାରୁ ୧-୨ (୧୬-୨୧, ୨୧-୧୨ ଓ ୧୪-୨୧)ରେ ହାରି ଯାଇଛନ୍ତି। ଏହା ମଧ୍ୟ ଗୋଟିଏ ମାସରୁ କମ୍‌ ସମୟ ମଧ୍ୟରେ ତୃତୀୟ ମାନ୍ୟତାପ୍ରାପ୍ତ ଚେନ୍‌ଙ୍କ ନିକଟରୁ ଲକ୍ଷ୍ୟଙ୍କ କ୍ରମାଗତ ଦ୍ବିତୀୟ ପରାଜୟ। ଏହା ପୂର୍ବରୁ ଥୋମାସ୍‌ କପ୍‌ ଗ୍ରୁପ୍‌ ପର୍ଯ୍ୟାୟରେ ମଧ୍ୟ ଚେନ୍‌ଙ୍କଠାରୁ ଲକ୍ଷ୍ୟ ହାରିଥିଲେ। ତେବେ ଭାରତ ପରେ ଥୋମାସ୍‌ କପ୍‌ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲା।

ଶୁକ୍ରବାର ସଂଧ୍ୟାରେ ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ୨ ଥର ଅଲିମ୍ପିକ ପଦକ ବିଜୟିନୀ ସିନ୍ଧୁ ୦-୨ (୧୨-୨୧, ୧୦-୨୧)ରେ ରାଚାନକ ଇଣ୍ଟାନନ୍‌ଙ୍କ ନିକଟରୁ ହାରିଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe