ଦକ୍ଷିଣ ଆଫ୍ରିକାରେ ଇନ୍‌ଡୋର ହକି ବିଶ୍ବକପ୍

Advertisment
ଦକ୍ଷିଣ ଆଫ୍ରିକାରେ ଇନ୍‌ଡୋର ହକି ବିଶ୍ବକପ୍

Dhaka Tribune

ଟେରେସା : ଦକ୍ଷିଣ ଆଫ୍ରିକାରେ ଇନ୍‌ଡୋର ହକି ବିଶ୍ବକପ୍‌ ଆୟୋଜିତ ହେବ। ଏହି ପ୍ରତିଯୋଗିତା ପ୍ରିଟୋରିଆଠାରେ ୨୦୨୩ ମସିହା ଫେବ୍ରୁଆରି ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ସ୍ପେନର ଟେରେସାଠାରେ ବସିଥିବା ଏଫ୍‌ଆଇଏଚ୍ କାର୍ଯ୍ୟକାରୀ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୨୦୦୩ ମସିହାରୁ ଖେଳ ହୋଇଆସୁଥିବା ଇନ୍‌ଡୋର ହକି ବିଶ୍ବକପ୍‌ରେ ଭାରତ କେବେ ବି ଅଂଶଗ୍ରହଣ କରିନି। ଏଥିରେ ଜର୍ମାନୀ ସର୍ବାଧିକ ୩ ଥର ବିଜେତା ହୋଇଥିଲା ବେଳେ ନେଦରଲାଣ୍ଡ୍ସ ଓ ଅଷ୍ଟ୍ରିଆ ଥରେ ଲେଖାଏଁ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି। ୨୦୧୮ରେ ଖେଳାଯାଇଥିବା ଗତ ସଂସ୍କରଣରେ ଅଷ୍ଟ୍ରିଆ ପ୍ରଥମ ଥର ଲାଗି ବିଜେତା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe