ଇନ୍ଦୋର ପିଚ୍‌ ରେଟିଂ ବଦଳିଲା, ‘ହାରାହାରିଠୁ କମ୍‌’ ମାନ୍ୟତା ମିଳିଲା

Advertisment
ଇନ୍ଦୋର ପିଚ୍‌ ରେଟିଂ ବଦଳିଲା, ‘ହାରାହାରିଠୁ କମ୍‌’ ମାନ୍ୟତା ମିଳିଲା

myKhel

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ବିରୋଧ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଇନ୍ଦୋର ପିଚ୍‌ ରେଟିଂକୁ ବଦଳାଇଛି। ଚଳିତ ମାସ ପ୍ରାରମ୍ଭରେ ଇନ୍ଦୋରରେ ଖେଳାଯାଇଥିବା ଟେଷ୍ଟ୍‌ ମ୍ୟାଚ୍‌ ଅଢ଼େଇ ଦିନ ଭିତରେ ଶେଷ ହେବା ସହ ଭାରତ ପରାସ୍ତ ହୋଇଥିଲା। ଏହା ପରେ ଆଇସିସି ମ୍ୟାଚ୍‌ ରେଫରି କ୍ରିସ୍ ବର୍ଡ ଏହାର ପିଚ୍‌କୁ ‘ଖରାପ’ ରେଟିଂ ପ୍ରଦାନ କରିଥିଲେ। ବିସିସିଆଇରର ପ୍ରତିବାଦ ପରେ ଏବେ ଆଇସିସି ଏହାକୁ ‘ହାରାହାରିଠୁ କମ୍‌’ ଦର୍ଶାଇଛି।

ମ୍ୟାଚ୍‌ ଫୁଟେଜ୍‌କୁ ସମୀକ୍ଷା କରିବା ପରେ ଆଇସିସି ଅପିଲ୍ ପାନେଲ୍ ଅନୁଭବ କରିଥିଲେ ଇନ୍ଦୋର ପିଚ୍‌ରେ ‘ମାତ୍ରାଧିକ ବିବିଧ ବାଉଁସ’ ମିଳୁନଥିଲା। ହାରାହାରିଠାରୁ ଏହା କମ୍‌ ଥିଲା। ଫଳରେ ଗୋଟିଏ ଡିମେରିଟ୍ ପଏଣ୍ଟ ଲାଗୁ କରାଗଲା। ଦୁର୍ବଳ ରେଟିଂ ରହିଥିଲେ ଇନ୍ଦୋର ପିଚ୍‌କୁ ୩ ଡିମେରିଟ୍ ପଏଣ୍ଟ ଦଣ୍ଡ ମିଳିଥାନ୍ତା। ୫ ବର୍ଷ ଭିତରେ ୫ ଡିମେରିଟ୍ ପଏଣ୍ଟ ପାଉଥିବା ପଡିଆକୁ ୧୨ ମାସ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ବାସନ୍ଦ କରାଯିବାର ନିୟମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe