ଇନ୍ଦୋର: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଉ କିଛି ସମୟ ପରେ ଖେଳାଯିବ ୨ୟ ଟି-୨୦ ମ୍ୟାଚ୍। ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ୩ଟି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ୨ୟ ମ୍ୟାଚରେ ଟସ୍ ଜିଣି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବ୍ୟାଟିଂ କରିବ। କଟକର ବାରବାଟୀ ଷ୍ଟାଡିୟମରେ ପରାଜିତ ହୋଇଥିବା ଶ୍ରୀଲଙ୍କା ଏହି ମ୍ୟାଚରେ ବିଜୟୀ ହୋଇ ଶୃଙ୍ଖଳାକୁ ୧-୧ରେ ଆଣିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ଭାରତ ଏହି ମ୍ୟାଚକୁ ଜିଣି ଶୃଙ୍ଖଳାକୁ ନିଜର ନାମ କରିବା ସହିତ ରେକର୍ଡ କରିବାକୁ ପ୍ରବଳ ଉଦ୍ୟମ କରିବ।
ସୂଚନାଯୋଗ୍ୟ, ୨୭,୩୦୦ ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ଥିବା ହୋଲକର ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳାଯାଉଛି। ଏଥି ପାଇଁ ସ୍ଥାନୀୟ ଦର୍ଶକ ଅଧିକ ଉତ୍ସାହିତ ଥିବା ଜଣାପଡ଼ିଛି।
Follow Us