ବାରବାଟୀରେ ପହଞ୍ଚିଲେ ଦୁଇ ଦଳର ଖେଳାଳି: ଦିନ ସାଢେ ଗୋଟାଏରେ ଖେଳାଯିବ ମ୍ୟାଚ୍

2 team at

Photograph: (SAMBAD.IN)

କଟକ: ବାରବାଟୀରେ ପହଞ୍ଚିଲେ ଖେଳାଳି । ଭୁବନେଶ୍ବରରୁ ବାହାରି କଟକ ବାରବାଟୀରେ ପହଞ୍ଚିଲେ ଦୁଇ ଦଳର ଖେଳାଳି । କଡା ସୁରକ୍ଷା ମଧ୍ୟରେ ସ୍ବତନ୍ତ୍ର ବସରେ ଯାଇ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଲେ ଇଣ୍ଡିଆ-ଇଂଲଣ୍ଡର ଖେଳାଳି । 

ତେବେ କିଛି ସମୟ ପୂର୍ବରୁ ଭୁବନେଶ୍ବର ମେ ଫେୟାର ହୋଟେଲରୁ ବାହାରିଥିଲେ ଦୁଇଟି ଟିମ୍ । ବାରବାଟୀ ଅଭିମୁଖେ ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ଟିମର ଖେଳାଳି ବାହାରିଥିଲେ । ହୋଟେଲରୁ ପ୍ରଥମରେ ଇଂଲଣ୍ଡର ଖେଳାଳି ବାହାରିଥିଲେ ଏବଂ ପରେ ପରେ ବାହାରିଥିଲେ ଟିମ୍ ଇଣ୍ଡିଆର ଖେଳାଳି । 

ଦିନ ସାଢେ ଗୋଟାଏରେ ମ୍ୟାଚ୍ ଥିବାରୁ ଦୁଇ ଦଳର ଖେଳାଳି ଷ୍ଟାଡିୟମରେ ପହଞ୍ଚିଛନ୍ତି । ତେବେଲ ଖାଳାଳିଙ୍କୁ ଦେଖିବାକୁ ଭୁବନେଶ୍ବରରୁ କଟକ ମଧ୍ୟରେ ଥିବା ରାସ୍ତା କଡରେ କ୍ରିକେଟ୍ ପ୍ରେମୀଙ୍କ ଭିଡ ଲାଗିଥିଲା । ଇଣ୍ଡିଆ... ଇଣ୍ଡିଆ ନାରା... ଦେଇ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଝଲକ ପାଇବା ପାଇଁ ଭିଡ ଲଗାଇଥିଲେ ଦର୍ଶକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe