ଇନ୍‌ଫାଣ୍ଟିନୋ ପୁଣି ଫିଫା ସଭାପତି ନିର୍ବାଚିତ: ୨୦୨୫ରୁ ପ୍ରତିବର୍ଷ ହେବ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକା ବିଶ୍ବକପ୍‌

ଇନ୍‌ଫାଣ୍ଟିନୋ ପୁଣି ଫିଫା ସଭାପତି ନିର୍ବାଚିତ: ୨୦୨୫ରୁ ପ୍ରତିବର୍ଷ ହେବ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକା ବିଶ୍ବକପ୍‌

କିଗାଲି: ଜିଆନି ଇନ୍‌ଫାଣ୍ଟିନୋ ପୁଣି ଥରେ ଫିଫା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଗୁରୁବାର ଅନୁଷ୍ଟିତ ବିଶ୍ବ ଫୁଟ୍‌ବଲ୍‌ ପରିଚାଳନା ପରିଷଦ ବୈଠକରେ ଇନ୍‌ଫାଣ୍ଟିନୋ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ୫୨ ବର୍ଷୀୟ ସ୍ବିଜରଲାଣ୍ଡ ଆଇନଜୀବୀ ଏହି ପଦରେ ୨୦୨୭ ପର୍ଯ୍ୟନ୍ତ ରହିବେ। ୨୦୧୬ରେ ସେପ୍‌ ବ୍ଲାଟରଙ୍କ ପରେ ସେ ଏହି ପଦ ସମ୍ଭାଳିଥିଲେ। ଏହା ପରଠୁ ତୃତୀୟ ଥର ଲାଗି ସେ ସଭାପତି ପଦ ଅଳଙ୍କୃତ କରିଛନ୍ତି।

ଇନ୍‌ଫାଣ୍ଟିନୋ ୪ ବର୍ଷ ପାଇଁ ପୁନର୍ବାର ସଭାପତି ନିର୍ବାଚିତ ହୋଇଥିଲା ବେଳେ ଫିଫା କଂଗ୍ରେସରେ କନିଷ୍ଟ ବିଶ୍ବକପ୍‌ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୦୨୫ରୁ ପ୍ରତିବର୍ଷ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକା ବିଶ୍ବକପ୍‌ ଆୟୋଜନ ହେବ ବୋଲି ନିଷ୍ପତ୍ତି ହୋଇଛି। ଗୁରୁବାରର ଫିଫା ବୈଠକରେ କଲ୍ୟାଣ ଚୌବେ (ଏଆଇଏଫ୍‌ଏଫ୍‌ ସଭାପତି), ସାଜି ପ୍ରଭାକରନ (ଏଆଇଏଫ୍‌ଏଫ୍‌ ମହାସଚିବ), ଅଭିଜିତ ପଲ୍‌ (ଏଆଇଏଫ୍‌ଏଫ୍‌ କାର୍ଯ୍ୟକାରୀ ସଦସ୍ୟ ତଥା ଫାଓ ଯୁଗ୍ମ ସଂପାଦକ) ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe